ରେଳ ଷ୍ଟେସନରେ ୩ ମହିଳାଙ୍କ ସହ ଅସଦାଚରଣ କଲେ ଯୁବକ,ପାଖରେ ବସିଥିବା ଯାତ୍ରୀ ତିଆରି କଲେ ଭିଡିିଓ, କଏଦ୍ ହେଲା ଅସଲ ଚେହେରା
କୋଚି : କେରଳର ଏର୍ଣ୍ଣାକୁଲମରେ ଥିବା ଦକ୍ଷିଣ ରେଳ ଷ୍ଟେସନରେ ଜଣେ ଯୁବକ ଏକା ସାଙ୍ଗରେ ୩ଜଣ ମହିଳାଙ୍କ ସହ ଅସଦାଚରଣ କରିଥିବା ଖବର ମିଳିଛି । ଯୁବକଙ୍କ ଏହି ଅପରାଧର ଭିଡ଼ିଓ ଷ୍ଟେସନରେ ଟ୍ରେନ୍ ପାଇଁ ଅପେକ୍ଷା କରିଥିବା ଜଣେ ଯାତ୍ରୀ ତିଆରି କରିଥିବା ଜଣାପଡ଼ିଛି । ଏହି ଭିଡ଼ିଓଟି ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ପୁଲିସ ଖୋଜିବା ଆରମ୍ଭ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
The Times of India
ସୂଚନା ମୁତାବକ,୩ ଜଣ ମହିଳା ଯାତ୍ରୀ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଯୁବକ ଜଣଙ୍କ ସେମାନଙ୍କ ପଛରେ ବସି ପଛପଟୁ ସେମାନଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ । ମହିଳାମାନେ ଏ ବିଷୟରେ ଜାଣି ବିରୋଧ କରିବା ସମୟରେ ଯୁବକ ଜଣଙ୍କ କିଛି ନା କିଛି ବାହାନା କରି ଭୁଲବଶତଃ ହୋଇ ଯାଇଥିବା କହୁଥିଲେ । କେତେବେଳେ ପିଲା ଖେଳାଇବା ତ କେତେବେଳେ ବ୍ୟାଗ୍ ଉଠାଇବା ବାହାନାରେ ଯୁବକ ଜଣଙ୍କ ମହିଳାଙ୍କୁ ସ୍ପର୍ଶ କରୁଥିବା ଭିଡ଼ିଓ ପାଖରେ ବସିଥିବା ଜଣେ ଯାତ୍ରୀ ତିଆରି କରିଥିଲେ, ଯାହା ଏବେ ଭାଇରାଲ ହୋଇଛି ।