ପୂର୍ବତନ ସାଂସଦ ବଳଭଦ୍ର ମାଝିଙ୍କ ମାଲକାନଗିରି ଗସ୍ତ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ଦାବିପତ୍ର ପ୍ରଦାନ

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନ ବିଜେପିର ଟାଣୁଆ ନେତା ବଳଭଦ୍ର ମାଝି ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜିଲ୍ଲାରେ ହେଉଥିବା ଆବାସ ଦୁର୍ନୀତିକୁ ନେଇ ଗର୍ଜିଛନ୍ତି।

ଜିଲ୍ଲାର କୋରକୋଣ୍ଡା ବିଡିଓ ଏବଂ ବାଲିମେଳା ଏନଏସିରେ ପହଞ୍ଚି ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ଆବାସ ଦୁର୍ନୀତିକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମାଲକାନଗିରି ଜିଲ୍ଲାରେ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ମହାଘୋଟାଲାକୁ ପଦାରେ ପକାଇଛନ୍ତି ମାଝି।

ରାଜ୍ୟ ସରକାର କିପରି ଆବାସ ଦୁର୍ନୀତିରେ ମହାଘୋଟାଲା କରିଛନ୍ତି ତାହା ଦର୍ଶାଇଛନ୍ତି। ପ୍ରାୟ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ୯୮ ହଜାର ୫୦୦ ହିତାଧିକାରୀଙ୍କ ନାମକୁ ଓଭରରାଇଟିଂ କରାଯାଇ ପୁନଃ ଅବାସ ଯୋଜନା ପ୍ରଦାନ କରାଯାଇଛି। ଉପଯୁକ୍ତ ଲୋକ ଏହି ଯୋଜନାରେ ସାମିଲ ହୋଇପାରି ନଥିବା ସେ କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଏନେଇ ଅଭିଯୋଗ କରିଥିଲେ। ଓଡିଶାର ୫ଟି ଜିଲ୍ଲାରେ ୯ଟି ବ୍ଲକର ୧୫ଟି ପଞ୍ଚାୟତରେ ସରଜମିନ ତଦନ୍ତ କରାଯାଇଥିଲା। ଏହାପରେ ସରକାରଙ୍କର ଅନିୟମିତତା ପଦାରେ ପଡିବା ସହ ଦୁର୍ନୀତି ହୋଇଥିବା ଜଣାପଡିଥିଲା। ତେବେ ରାଜ୍ୟପାଳ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର