ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ପୁଲିସ ସୋମବାର ଅପରାହ୍ନରେ ୩ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ନାଗରାବାହାଲ୍ ଭୋଜପୁରର ରାହୁଲ ପଟେଲ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରାହୁଲ ପଟେଲ ଆଜି ୩,୧୩,୦୦୦ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ମୋଟର ଭେଇକିଲ୍ ଯାଞ୍ଚ ଚାଲିଥିଲା। ତେବେ ଏତେଗୁଡ଼ିଏ ଟଙ୍କା ଏକାଠି କେଉଁ ଆଡେ ନେଇ ଯାଉଥିବା ସନ୍ଦେହ କରି ପୁଲିସ ୩,୧୩,୦୦୦ଟଙ୍କା ଜବତ କରି ରାହୁଲଙ୍କୁ ପଚରାଉଚରା ଜାରି ରଖିଛି। ଆଗକୁ ନିର୍ବାଚନ ଆସୁଥିବା ନେଇ ଏବେ ବିଭିନ୍ନ ସ୍ଥାନରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।