ଜେଲ ପାଚେରୀ ଡେଇଁ ଆସାମୀ ଚମ୍ପଟ 

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜେଲ ମଧ୍ୟରୁ ଆଜି ଜଣେ ବିଚାରାଧୀନ ଆସାମୀ ପାଚେରୀ ଡେଇଁ ଚମ୍ପଟ ମାରିଛି l ଖବର ଜଣା ପଡିବା ପରେ ଜେଲ କର୍ତୃପକ୍ଷ ହିନ୍ଦୋଳ ଥାନାକୁ ଖବର ଦେଇଥିଲେ l ଏହାପରେ ଉଭୟ ପୁଲିସ ଓ ଜେଲ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା l ମାତ୍ର ଆସାମୀଙ୍କୁ ଧରି ପରି ନଥିଲେ l

ସୂଚନାଯୋଗ୍ୟ ଯେ, ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗ ବଣ୍ଟନକୁ ନେଇ ଭୁଲୁ ବେହେରା ଓ ବିରଞ୍ଚି ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ ବିରଞ୍ଚି ଏକ ଧାରୁଆ ଅସ୍ତ୍ରରେ ଭୁଲୁଙ୍କୁ ଆକ୍ରମଣ କରିଥିଲେ l ଫଳରେ ଘଟଣାସ୍ଥଳରେ ଭୁଲୁଙ୍କର ମୃତ୍ୟୁ ହୋଇ ଯାଇଥିଲା l ଉକ୍ତ ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ବିରଞ୍ଚିଙ୍କୁ ଗିରଫ କରି ୨୬ ତାରିଖରେ କୋର୍ଟକୁ ପଠାଇ ଦେଇଥିଲେ l କୋର୍ଟରେ ବିରଞ୍ଚିଙ୍କ ଜାମିନ ନାକଚ ହୋଇ ଯିବାରୁ ତାଙ୍କୁ ହିନ୍ଦୋଳ ଜେଲକୁ ପଠାଇ ଦିଆ ଯାଇଥିଲା l ସେହି ଦିନ ଠାରୁ ବିରଞ୍ଚି ଜେଲରେ ଥିଲେ l ମାତ୍ର ଆଜି ସକାଳେ ବିରଞ୍ଚି ଏକ ବାଉଁଶ ସାହାଯ୍ୟରେ ଜେଲର ସୁଉଚ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ପ୍ରକାଶ l ଜେଲ କର୍ମଚାରୀଙ୍କ ଖାମ ଖିଆଲି ନୀତି ଯୋଗୁଁ ଏହା ଘଟିଥିବା କୁହା ଯାଉଛି l

ସମ୍ବନ୍ଧିତ ଖବର