ପୁଣି ଅଲୋଡ଼ା ଶିଶୁ କନ୍ୟା, ଶ୍ମଶାନ ନିକଟରେ ଛାଡି ଚାଲିଗଲେ

ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି

ବାରିପଦା : ପୁଣି ଅଲୋଡ଼ା ଶିଶୁ କନ୍ୟା। ମାତ୍ର ଦୁଇ ଦିନର କଅଁଳ ନିଷ୍ପାପ ଶିଶୁ କନ୍ୟାକୁ ସ୍ମଶାନ ନିକଟରେ ଛାଡି ଚାଲିଗଲେ ସମ୍ପର୍କୀୟ। ଆଜି ସକାଳୁ ସ୍ଥାନୀୟ ବାରୁଣୀ ସ୍ମଶାନ ନିକଟସ୍ଥ ଏକ ବାଡ଼ରୁ ବ୍ୟାଗରେ ପଶି ଝୁଲୁଥିବା ଅବସ୍ଥାରେ ଏକ ଶିଶୁ କନ୍ୟାଙ୍କୁ ସ୍ଥାନୀୟ ଲୋକେ ଦେଖଥିଲେ। ପରେ ଚାଇଲଡ଼ଲାଇନକୁ ଏହି ଖବର ଦିଆଯାଇଥିଲା। ବାରିପଦା ଟାଉନ ଥାନା ପୁଲିସ ସହାୟତାରେ ଚାଇଲଡ଼ଲାଇନ  ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ପରେ ଚିକିତ୍ସା ନିମନ୍ତେ ତାଙ୍କୁ ପିଆରଏମ ହସ୍ପିଟାଲର ଶିଶୁ ବିଭାଗ ଏସଏନସିୟୁରେ ଭର୍ତ୍ତି କରାଯାଇଛି ।
ସମ୍ବନ୍ଧିତ ଖବର