ସମ୍ବେଦନଶୀଳ ବୁଥର ମାଇକ୍ରୋ ଅବଜର୍ଭରଙ୍କ ତାଲିମ

ବଲାଙ୍ଗୀର,: ଚଳିତ ନିର୍ବାଚନରେ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ ହୋଇଥିବା କେନ୍ଦ୍ର ପାଇଁ ନିଯୁକ୍ତ ୧୩୮ଜଣ ମାଇକ୍ରୋ ଅବଜର୍ଭରମାନଙ୍କ ତାଲିମ କାର୍ଯ୍ୟକ୍ରମ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‌ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ତତ୍ତ୍ବାବଧାନରେ ଅନୁ‌ଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ କୁମାର ସୌରଭ ରାଜ, ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଏନଏସ ପ୍ରସନ୍ନ କୁମାର, ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ ପ୍ରମୁଖ ମତଦାନ ପ୍ରକ୍ରିୟା, ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାରେ ମତଦାନ ସଂପର୍କରେ ମାଇକ୍ରୋ ଅବଜର୍ଭରମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସଂପର୍କରେ ଅବଗତ କରାଇଥିଲେ। ଇଭିଏମ, ଭିଭିପାଟ ମେସିନର ବ୍ୟବହାର ଓ ମକ୍ ପୋଲ ବିଷୟରେ ତାଲିମ ଦିଆଯାଇଥିଲା।

ସମ୍ବନ୍ଧିତ ଖବର