କେନ୍ଦ୍ରୀୟ ଅବକାରୀ ଟିମର କର୍ମଚାରୀଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ: ଅବସ୍ଥା ସଂକଟାପନ୍ନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତିପୁର ଗ୍ରାମରେ ଆଜି ଭୋର ସମୟରେ ଏକ ବେଆଇନ ମଦଭାଟିରେ ଚଢ଼ାଉ ସାରି ଫେରୁଥିବା ବେଳେ କେନ୍ଦ୍ରୀୟ ଅବକାରୀ ଟିମର ଜଣେ କର୍ମଚାରୀଙ୍କୁ ତୁଡ଼ିଗଡ଼ିଆ ଛକ ନିକଟରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଆକ୍ରମଣରେ ଗୁରୁତର ହୋଇଥିବା କନେଷ୍ଟବଳ ହେଲେ ବସନ୍ତ ମଲ୍ଲିକ।

ତାଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ଏବେ ସଂକଟାପନ୍ନ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର