ଟୋଲଗେଟରେ ଚେକିଂ ବେଳେ ଗଞ୍ଜେଇ ଜବତ: ୨ ଗିରଫ

ବାହାନଗା: ଖନ୍ତାପଡ଼ା ଥାନା ୧୬ନମ୍ବର ଜାତୀୟ ରାଜପଥ ଟୋଲ ଗେଟ ନିକଟରେ ଆଜି ଅବକାରୀ ବିଭାଗ ଚଢ଼ଉ କରି ୨୦ କେଜି ଗଞ୍ଜେଇ ଜବଦ କରିବା ସହ ଘଟଣାରେ ୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ବିଶେଷସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ସୋର ଅବକାରୀ ଅବକାରୀ ଅଧିକାରୀ ଲାକ୍ଷେସାଧବ ପ୍ରଧାନ ସେରଗଡ଼ ଟୋଲ ଗେଟରେ ଜଗି ରହି ଯାଞ୍ଚ କରିଥିଲୋ ଫଳରେ ୨ଜଣ ଯୁବକ ଗଞ୍ଜେଇ ନେଇ ବସରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଟୋଲଗେଟ ନିକଟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲେ।

୨ଟି ବସ୍ତାରେ ସେମାନେ ୨୦ କେଜି ଗଞ୍ଜେଇ ନେଉଥିବା ବେଳେ ସେମାନଙ୍କଠାରୁ ଗଞ୍ଜେଇ ଜବତ କରି ଗରିଫ କରା ଯାଇଥିଲା। ଗିରଫ ୨ ଅଭିଯୁକ୍ତ ହେଲେ ବିହାରର ପ୍ରଲ୍ଲାଦ କୁମାର ରାୟ ଓ ଅନ୍ୟ ଜଣେ ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଇକ୍‌ବାଲ ମଲ୍ଲା। ଏହି ଚଢଉରେ ଏଏସଆଇ ଉର୍ମିଳା ବେହେରା, କଳ୍ପନା ଜେନା, ତପନ ମଲ୍ଲିକ, ବିଜୟ ମଲ୍ଲିକ, ଶଶିଭୂଷଣ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର