ଭଉଣୀ ସାଜିଲା ବଇରୀ:ପୂର୍ବ ଶତ୍ରୁତାରୁ ପରିବାରର ୪ଜଣକୁ ଗରମ ତେଲ ଫିଙ୍ଗି ଆକ୍ରମଣ

ଧାମରା : ଭାଇ ଭଉଣୀର  ଘରୋଇ କଳିରୁ ରାଗ ଶୁଝାଇବା ପାଇଁ ଭଉଣୀ ନିଜ ଭାଇ ଭାଉଜ ଓ ଦୁଇ ପୁତୁରାକୁ ଗରମ ତେଲ ଫିଙ୍ଗି ଆକ୍ରମଣ କରିବାରୁ ଏହା ଧାମରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଆହତ ପରିବାର ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଜାନୁଆରି ୯ ତାରିଖରେ କରଣପଲ୍ଲୀ ଗ୍ରାମର ଭାଗୀରଥି ସେଠୀ ନିଜ କାମରୁ ଘରକୁ ଫେରୁଥିଲେ ା ା ଘରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିଲେ। ୨ ପୁଅ ଆର୍ଯ୍ୟପ୍ରକାଶ(୨) ଓ ସୂର୍ଯ୍ୟପ୍ରକାଶ (୧୩) ଗାଁ ଦାଣ୍ତରେ ଖେଳୁଥିବା ବେଳେ ଭାଗୀରଥିଙ୍କ ଭଉଣୀ  ଝୁନୁଲତା ସେଠୀ (୪୦)ଙ୍କ ଘରେ କଳି ଲାଗିଥିବାରୁ ସେଠାକୁ  ଦୁଇ ପୁତୁରା ଚାଲି ଯାଇଥିଲେ। ହେଲେ  ସେମାନଙ୍କ ବାପା, ମା ସହିତ  ଝୁନୁଲତାର ପୂର୍ବ ଶତ୍ରୁତା ଥିବାରୁ ପିଲା ୨ ଜଣଙ୍କୁ ଦେଖି  ଝୁନୁଲତା ଗାଳିଗୁଲଜ କରିଥିଲେ ା ପିଉସୀଙ୍କ ଗାଳି ଶୁଣି  ସୂର୍ଯ୍ୟପ୍ରକାଶ କାନ୍ଦି କାନ୍ଦି ଘରକୁ ଫେରୁଥିଲେ। ବାପା ମା  ପଚାରିବାରୁ ପିଉସୀ ଗାଳି ଦେବା କଥା ସୂର୍ଯ୍ୟପ୍ରକାଶ ବାପା ମାଆଙ୍କୁ କହିଥିଲେ ା ଏ ନେଇ  ଭାଗୀରଥି ଓ ଲକ୍ଷ୍ମୀପ୍ରିୟା  ଝୁନୁଲତାକୁ ପଚାରିବାରୁ  ଦୁଇ ପରିବାର ଭିତରେ କଥା  କଟାକଟି ହୋଇଥିଲା ା ଶେଷରେ ଝୁନୁଲତା  ଗୁପଚୁପ ଭାଜୁଥିବା  ଗରମ ତେଲକୁ ଭାଇ ଭାଉଜ ଓ ୨ ପୁତୁରାଙ୍କ ଉପରକୁ ଫୋପାଡି ଦେଇଥିଲା ା ଗରମ ତେଲ ପଡି ୪ ଜଣ ଗୁରୁତର ହୋଇ ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ। ପଡୋଶୀ ସେମାନଙ୍କୁ ବଇଞ୍ଚା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ। ପରଦିନ ସ୍ବାମୀ ସ୍ତ୍ରୀ  ଏ ନେଇ କରଞ୍ଜମାଳ ଫାଣ୍ତିରେ  ଝୁନୁଲତା ନାମରେ ଅଭିଯୋଗ କରିଥିଲେ ା ଅଭିଯୋଗ ମୂଳେ  କରଞ୍ଜମାଳ ଫାଣ୍ତି ଅଧିକାରୀ ସରଜମିନ ତଦନ୍ତ କରିଥିଲେ ମଧୢ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ  ନ ଥିବାବେଳେ ଝୁନୁଲତା ଓ ତାଙ୍କର ୩ ପୁଅ ଭାଗୀରଥିଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେବା ନେଇ ଆଜି ଭାଗୀରଥି ବାଂଶଡା ଥାନାରେ  ଅନ୍ୟ ଏକ  ଅଭିଯୋଗ କରିଛନ୍ତି। ା ବାଂଶଡା ଥାନାଧିକାରୀଙ୍କ ନିର୍ଦ୍ଦେଶ ପରେ  କରଞ୍ଜମାଳ ଫାଣ୍ତି ଅଧିକାରୀ  ତତ୍ପରତା ପ୍ରକାଶ କରିଥିଲେ। ଯଦି ପୁଲିସ ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହୁଏ ତେବେ ପରିବାର ସହିତ  ଥାନା ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ପଛାଇବେ ନାହିଁ ବୋଲି ଭାଗିରଥୀ ସୂଚନା ଦେଇଛନ୍ତି ା

ସମ୍ବନ୍ଧିତ ଖବର