ଜବରଦଖଲ ଉଚ୍ଛେଦ ପାଇଁ ଅନଶନ

ବରଗଡ଼: ଜବରଦଖଲ ଉଚ୍ଛେଦ ପାଇଁ ଗୋଟିଏ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନଶନ ଆରମ୍ଭ କରିଛନ୍ତି। ଭଟଲି ବ୍ଲକ ସୁକୁଡ଼ା ଗାଁର ଡୋଳାମଣି ଡନ୍‌ସେନା, ସ୍ତ୍ରୀ ଯଶୋଦା ଏବଂ ୯ବର୍ଷର ପୁଅ ଧାରଣାରେ ବସିଛନ୍ତି। ପରିବାରବର୍ଗର ଅଭିଯୋଗ ହେଲା, ଇନ୍ଦିରା ଆବାସ ନିର୍ମାଣ କାର୍ଯ୍ୟାଦେଶ ପାଇ ଗାଁର ଜଣେ ବ୍ୟକ୍ତି ଘର ତିଆରି କରୁଛନ୍ତି। ହେଲେ ଘରର ରାସ୍ତାକୁ ଡୋଳାମଣିଙ୍କ ଘର ପଛପଟୁ ତିଆରି କରୁଛନ୍ତି। ଗାତ ଖୋଳିବା ଯୋଗୁଁ ଡୋଳାମଣିଙ୍କ ଘର କାନ୍ଥ ଭୁସୁଡ଼ିବା ଅବସ୍ଥାରେ। ଏନେଇ ଯେତେ ଗୁହାରୀ କଲେ ବି ସଂପୃକ୍ତ ବ୍ୟକ୍ତି ଜଣକ ଗାଳିଗୁଲଜ ଏବଂ ମାଡ୍‌ପିଟ୍‌ କରୁଛନ୍ତି। ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ଜଣାଇ କିଛି ସୁଫଳ ନମଳିବାରୁ ପରିବାରବର୍ଗ ଅନଶନ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର