ଚଳିତବର୍ଷ ମଧ୍ୟ ଫିକା ପଡ଼ିବ ବୋଇତ ବନ୍ଦାଣ

ଖୋର୍ଦ୍ଧା: ବ୍ରହ୍ମାଣ୍ଡ ପୁରାଣ ଅନୁସାରେ ଚିଲିକା ମୁହାଣରେ ଦୀପ ଆଡିଆ ପାହାଡ଼, ସମୂଦ୍ରକର (କଡ଼) ବନ୍ଧ। ପରିଚିତ ୧୦୦ ଖ୍ରୀଅର ଜଣାଶୁଣା ଭୂଗୋଳବିତ୍ ଓ ଗଣିତଜ୍ଞ ପୋଟେଲମୀ ଚିଲିକା ଉପକୂଳର ନାନିଗାନିଅର ନାମକ ଦୁଇଟି ବନ୍ଦର କଥା ଉଲ୍ଲେଖ କରିଛନ୍ତି। ଏହି ଦୁଇଟି ଗାଁ ଆଜି ମଧ୍ୟ ଚିଲିକା ଉପକୂଳରେ ନିମିନା ଓ ଗଇଁଡିଆ ନାମରେ ରହିଛି। ସେହିଭଳି ମାଣିକଗଡ଼, ପାଲୁରୁ ଅନ୍ୟଦୁଇଟି ପ୍ରଖ୍ୟାତ ବନ୍ଦର ହଜାର ହଜାର ବର୍ଷ ଧରି ବାଲି, ଜାଭା, ସୁମାତ୍ରା ଆଦି ଦ୍ୱୀପକୁ ବୋଇତରେ ଓଡ଼ିଆ ସାଧବ ବାଣିଜ୍ୟ ପାଇଁ ଯାତ୍ରା କରିଛନ୍ତି। ଏଭଳି ଐତିହାସିକ ପୃଷ୍ଟଭୂମିର ଖୋର୍ଦ୍ଧାରେ ଚଳିତବର୍ଷ ମଧ୍ୟ ପ୍ରଶାସନ କରୋନା କଟକଣାରେ ବୋଇତ ବନ୍ଦାଣ ଉତ୍ସବ ମଉଳି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ଚଳିତବର୍ଷ ପ୍ରଶାସନର କଟକଣାରେ ପାରମ୍ପରିକ ଭାବେ ଓଡ଼ିଆ ପାଳୁଥିବା ବୋଇତ ବନ୍ଦାଣ ଉତ୍ସବ ଫିକା ପଡ଼ିବ। ଜଳାଶୟ, ନଦୀ, ପୋଖରୀରେ ଆଉ ସାମୂହିକ ହୁଳହୁଳି ସହ ଆକାମାବୈ ଶୁଣିବାକୁ ମିଳିବ ନାହିଁ। ଗତବର୍ଷ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ସହ ନଦୀ, ଜଳାଶୟ ଆଦିରେ ସାମୂହିକ ବୋଇତ ଭସାଇବା, ପୂଜାର୍ଚ୍ଚନା ଆଦି ଉପରେ କଟକଣା ଜାରି କରାଯାଇଥିଲା।

ଚଳିତବର୍ଷ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏହି କଟକଣା କୋହଳ ହେବା ଭରସା ଥିଲା। ଖୋର୍ଦ୍ଧା ସହରରେ ପାରମ୍ପରିକ ଭାବେ କାଗଜ ଆଦିରେ ବୋଇତ ବିକ୍ରି କରି ଦୁଇ ପଇସା ଉପାର୍ଜନ କରିବାର ଆଶା ରଖିଥିଲେ, ସେମାନଙ୍କ ଆଶା ଆଶାରେ ରହିଯାଇଛି। ଚଳିତବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଓ ବୋଇତ ଭସାଇବା ଉପରେ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ବୋଇତ ବନ୍ଦାଣ ଦିନ ଖୋର୍ଦ୍ଧାରେ ପ୍ରାୟ ୩-୪ଲକ୍ଷ ଟଙ୍କାର ବୋଇତ ବିକ୍ରି ହୋଇଥାଏ। ଗତ ଦୁଇବର୍ଷ ଧରି ଏହି ବ୍ୟବସାୟ ମାନ୍ଦା ରହିଛି। ତେବେ ଚଳିତବର୍ଷ ଅନେକ ବ୍ୟବସାୟୀ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବୋଇତ ବିକ୍ରି କରିବାକୁ ପସରା ମେଲାଇଥିଲେ ମଧ୍ୟ ଗ୍ରାହକଙ୍କ ସଂଖ୍ୟା ସେହି ପରିମାଣରେ ଦେଖିବାକୁ ମିଳିନାହିଁ। ଚଳିତବର୍ଷ ଖୋର୍ଦ୍ଧାରେ ୧୫ରୁ ଉର୍ଦ୍ଧ୍ବ ଦୋକାନୀ ବୋଇତ ବିକ୍ରି କରିଛନ୍ତି। ସେମାନେ ଗତ ୩ ଦିନ ମଧ୍ୟରେ ୩-୪ ହଜାର ବୋଇତ ବିକ୍ରି କରିଛନ୍ତି।

ସମ୍ବନ୍ଧିତ ଖବର