କେନ୍ଦୁଝର ଜିଲ୍ଲାକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇଲା କଂଗ୍ରେସ

କଟକ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ କେନ୍ଦୁଝର ଜିଲ୍ଲାକୁ ଦୁଇଟି ଆମ୍ବୁଲାନ୍ସ  ଯୋଗାଇଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୌଜନ୍ୟରୁ ଏହି ଦୁଇଟି ଆମ୍ବୁଲାନ୍ସ ସେବା ଆଜି କଟକରେ ଲୋକାର୍ପିତ ହୋଇଛି। ବିଶେଷ କାରଣରୁ ନିରଞ୍ଜନ ପଟ୍ଟନାୟକ ଉଦଘାଟନ ସମାରୋହରେ ଉପସ୍ଥିତ ନଥିବା ବେଳେ ତାଙ୍କ ପୁଅ ଦେଵଜ୍ୟୋତି ପଟ୍ଟନାୟକ ଏହି ଆମ୍ବୁଲାନ୍ସ ସେବାର ଉଦଘାଟନ କରିଥିଲେ।

 

ବର୍ତ୍ତମାନ ସମୟରେ କୋଭିଡ ସ୍ଥିତି ସଙ୍ଗିନ ରହିଥିବାରୁ ଜିଲ୍ଲାରେ ଅନେକ ରୋଗୀ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି । ତେବେ ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ। ଯାହାଦ୍ବାରା ରୋଗୀ ଏହାର ଲାଭ ଉଠାଇ ପାରିବେ ବୋଲି କହିଛନ୍ତି ଦେବଜ୍ୟୋତି ।

ସମ୍ବନ୍ଧିତ ଖବର