ଆସିଲା ଏକ୍ସରେ ରିପୋର୍ଟ: ଚନ୍ଦନ ଛାତିରେ ଅଢ଼େଇ ଇଞ୍ଚ ଭିତରକୁ ପଶି ଯାଇଛି ଲୁହା ଛଡ,ଚାଲିଛି ଚିକିତ୍ସା

କେନ୍ଦୁଝର: କେନ୍ଦୁଝର ସହର ନିକଟ ଡିମ୍ବୋରେ ନନ୍ଦ କିଶୋର ମହାକୁଡଙ୍କ ଚତୁର୍ଥ ଶ୍ରେଣୀରେ ପାଠପଢ଼ୁଥିବା ପୁଅ ଚନ୍ଦନ ମହାକୁଡ ଘର ନିକଟରେ ଖେଳୁଥିଲେ । ଆଉ ଖେଳୁ ଖେଳୁ ହଠାତ ଲୁହା ଛଡ଼ଟି ତାଙ୍କ ଛାତିରେ ପଶି ଯାଇଥିଲା। ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ସର୍ଜରୀ ୱାର୍ଡରେ ପିଲାଟିର ଚିକିତ୍ସା ଚାଲିଛି । ଚନ୍ଦନ ଛାତିରେ ଅଢ଼େଇ ଇଞ୍ଚ ଭିତରକୁ ଛଡଟି ପଶିଯାଇଥିବା ଏକ୍ସରେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ନନ୍ଦକିଶୋରଙ୍କ ଘର ଘଟଗାଁ ଥାନା ବାଇଗଣପାଳ ଗ୍ରାମରେ। ସେ ଗତ ପ୍ରାୟ ୫ବର୍ଷ ହେବ ଟାଉନ ଥାନା ଅଧୀନ ଡିମ୍ବୋ ଗ୍ରାମରେ ରହି ଅଟୋ ଚଳାଉଛନ୍ତି। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲା ବେଳେ ଏପରି ଅଘଟଣ ଘଟିଛି। ସବୁଠାରୁ ବଡ କଥା ହେଲା ଲୁହାଛଡଟି ଛାତିରେ ଗଳିଯାଇଥିଲେ ବି ରକ୍ତ ବାହାରି ନଥିଲା । ନାବାଳକର ଚିତ୍କାର ଶୁଣି ଘର ଲୋକେ ଧାଇଁ ଆସିଥିଲେ । ସାଙ୍ଗେସାଙ୍ଗେ ତାଙ୍କୁ କେନ୍ଦୁଝର ମେଡିକାଲ ନିଆଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏହା ପରେ ନାବାଳକଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର