ତିଗିରିଆ: ୬୦ ଗୁଣ୍ଠ ଜମିର ଅମଳ ଧାନ ପୋଡ଼ିଦେଲେ ଦୁର୍ବୃତ୍ତ

ତିଗିରିଆ: କଟକ ଜିଲ୍ଲାର ତିଗିରିଆ ବ୍ଲକ ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତସ୍ଥିତ ବଡ଼ପାଟଣାର ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଧ୍ରୁବ ଚରଣ ସ୍ୱାଇଁଙ୍କ ଧର୍ମପତ୍ନୀ ସୁଜାତା ସ୍ୱାଇଁ ଗତକାଲି ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଗ୍ରାମର କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଓ ଅନ୍ୟ ପ୍ରାର୍ଥଙ୍କ ସମର୍ଥକ ଶ୍ରୀ ସ୍ୱାଇଁଙ୍କୁ କାହିଁକି ପ୍ରାର୍ଥୀପତ୍ର ଦାଖଲ କଲେ ବୋଲି ପ୍ରଶ୍ନ କରି ଧମକ ଦେଇଥିଲେ।

ଆଜି ସକାଳେ ନିଜର ୬୦ ଗୁଣ୍ଠ ଜମିର ଧାନକଟା ହୋଇ ଅମଳ ପାଇଁ ପଞ୍ଚାୟତ ଅନ୍ତର୍ଗତ କ୍ଷେତ୍ରପାଳଠାରେ ରହିଥିବା ବେଳେ କେହି ଦୁର୍ବୃତ୍ତ ଉକ୍ତ ଧାନରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଶ୍ରୀ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିବା ବେଳେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର