ବାଘ ଖୁଆଡ଼ରେ କୁମ୍ଭୀର ଆତଙ୍କ!

ବାରଙ୍ଗ: ନନ୍ଦନକାନନ ବାଘ ଖୁଆଡ଼ ରେ ଚାରି ଫୁଟର କୁମ୍ଭୀର ଦେଖିବାକୁ ମିଳିଛି। ଘଟଣା ମୁତାବକ ଏ ଖୁଆଡ଼ରେ ସ୍ପନ୍ଦନ ଓ ବାସୁ ନାମକ ଦୁଇଟି କଳା ମହାବଳ ବାଘ ପାଣିରେ କିଛିଦିନ ହେବ ଗାଧୋଉ ନ ଥିଲେ। ଫଳରେ ଜନ୍ତୁ ରକ୍ଷକ ଦେଖନ୍ତି ତ ଏକ କୁମ୍ଭୀରଟି ବାଘ ଗାଧୋଉଥିବା ଖୁଆଡ଼ ପାଣିରେ ରହିଛି।

କୁମ୍ଭୀରଟିକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଜନ୍ତୁ ରକ୍ଷକ। ଖୁଆଡ଼ର ପାଣି ଶୁଖାଯାଇ କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଦୁଇ ବାଘକୁ ଖୁଆଡ଼ ମଧ୍ୟରେ ଆଜି ରଖାନଯାଇ ଫିଡିଙ୍ଗ ଚାମ୍ବର ରେ ରଖାଯାଇଛି।

ସମ୍ବନ୍ଧିତ ଖବର