ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ ସଦା ଆହତ, ହସ୍ପିଟାଲରେ ଭର୍ତ୍ତି

କଟକ: କୁଖ୍ୟାତ ଅପରାଧୀ ସଦା ନାୟକ ରବିବାର ସନ୍ଧ୍ୟାରେ ପୁଲିସ ଏନ୍‌କାଉଣ୍ଟରରେ ଗୁରୁତର ଆହତ ହୋଇଛି। ତାକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସଦା ଆଜି ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଶ୍ରୀକରୁଆ ନିକଟରେ ଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସଦାର ଗୋଡ଼କୁ ଲକ୍ଷ୍ୟ କରି ଗୁଳି କରିଥିଲା। ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ସଦା ପୁଲିସ ଗୁଳିରେ ତଳେ ପଡ଼ିଯାଇଥିଲା। ସଦା ନିକଟରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି ଓ ଗୋଟିଏ ମୋବାଇଲ ଜବତ ହୋଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସଦାର ଧଳ ବ୍ରଦର୍ସଙ୍କ ସହିତ ସଂପୃକ୍ତି ଥିଲା।

ସମ୍ବନ୍ଧିତ ଖବର