ଜୟପୁର କୋଭିଡ୍ ହସ୍ପିଟାଲରେ ସିଟି ସ୍କାନ ଲଗାଇବା ପାଇଁ ବିଭିନ୍ନ ମହଲରେ ଦାବି

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ଏବଂ ଏଥିରେ ସଂକ୍ରମିତ ହୋଇ ଲୋକେ ମୃତାହତ ହେବା ପ୍ରକ୍ରିୟା ଜାରି ରହିଛି।ସେଭଳି ପ୍ରତ୍ୟେକ ଦିନ ଜିଲ୍ଲାରେ ଶତକ ପାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଜୟପୁର ଠାରେ ଥିବା କୋଭିଡ୍ ହସ୍ପିଟାଲରେ ତୁରନ୍ତ ସିଟି ସ୍କାନ ମେସିନ୍ ଲଗାଯିବା ପାଇଁ ଏବେ ବିଭିନ୍ନ ମହଲରେ ଦାବି ଆରମ୍ଭ ହୋଇଛି। ସିଟି ସ୍କାନ ମେସିନ୍ ରହିଲେ ରୋଗୀ କେତେ ଦୁର ସଂକ୍ରମିତ ତାହା ସ୍ପଷ୍ଟ ଭାବେ ଜଣା ପଡ଼ିବ। ଏବଂ ସେ ଅନୁଯାୟୀ ଡାକ୍ତର ମାନେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବେ।

ଏହା ନଥିବାରୁ ଡାକ୍ତର ମାନେ ବି ଭଲ ଭାବେ ଜାଣି ନ ପାରି ବହୁ ଲୋକଙ୍କର ମୃତ୍ୟୁ ହେଉଛି ବୋଲି ଅଭିଯୋଗ ଉଠିଛି। ଜୟପୁର କୋଭିଡ୍ ହସ୍ପିଟାଲରେ ତୁରନ୍ତ ସିଟି ସ୍କାନ ମେସିନ୍ ସରକାର ତୁରନ୍ତ ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ସ୍ବେଚ୍ଛାସେବୀ କାର୍ତ୍ତିକ ରାଉତ, ମିହିର କର୍କରା, ପି.ସୁବ୍ରମନ୍ୟମ୍, ରାଜୀବ ବୁଜୀ। ରାଜ୍ୟ ସରକାର, ସ୍ବାସ୍ଥ୍ୟ ସଚିବ ଆଦିଙ୍କୁ ଚିଠି ଏବଂ ଟୁଇଟ୍ ମାଧ୍ୟମରେ ଜଣାଇଥିବା କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସିଟି ସ୍କାନ ମେସିନ୍ ନଥିବାରୁ ଏହାରି ମଧ୍ୟରେ ସେ କିଛି ରୋଗୀଙ୍କୁ କିମ୍ସକୁ ନେବାକୁ ବ୍ୟବସ୍ଥା କରିଥିବା କହିଛନ୍ତି ବିଧାୟକ।

ଉଭୟ ଛତିଶଗଡ ଓଆନ୍ଧ୍ର ସୀମାନ୍ତରେ କୋରାପୁଟଜିଲ୍ଲା ରହିଥିବାରୁ ତୁରନ୍ତ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇଜୟପୁର କୋଭିଡ୍ ହସ୍ପିଟାଲକୁ ସିଟି ସ୍କାନ ମେସିନ, ୧୦୦ଟି ଓକ୍ସିଜେନ୍ ସିଲିଣ୍ଡର, ଏବଂ ଟୀକା ଯୋଗାଇବାକୁ ଦାବି କରି ଥିବା କହିଛନ୍ତି ବିଧାୟକ। ସେ ତାଙ୍କ ପାଣ୍ଠିରୁ ଏକ କୋଟି ଟଙ୍କା ବି କୋଭିଡ୍ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଆଣିବାକୁ ଦେଇଥିବା ବେଳେ ଏହା ବାବଦରେ କଣ କରାଯାଇଛି ସେ ଜାଣି ନାହାନ୍ତି ବୋଲି କହିଛନ୍ତି ବିଧାୟକ। ରାଜ୍ୟ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଜୟପୁର କୋଭିଡ୍ ହସ୍ପିଟାଲ ପାଇଁ ଖଣ୍ଡେ ସିଟି ସ୍କାନ ମେସିନ୍ ଦେବାକୁ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ବି ଦାବି କରାଯାଇଛି। ସିଟିସ୍କାନ ମେସିନ୍ ଆସିଲେ ମୃତ୍ୟୁ ସଂଖ୍ୟା କମି ଯିବ ବୋଲି ସ୍ବେଚ୍ଛାସେବୀ ଓ କିଛି ଡାକ୍ତର ବି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର