ଦେବଗଡ଼: କଲଣ୍ଡା ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଘୋଷଣା

ଦେବଗଡ଼: ତିଳେଇବଣି ବ୍ଲକ କଲଣ୍ଡା ଗ୍ରାମରୁ ଗତକାଲି ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ଗତ ୯ ତାରିଖରେ ମଧ୍ୟ ଏହି ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।  କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଉକ୍ତ ଗାଁକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଗାଁ ଲୋକଙ୍କ ଚଳାଚଳ ଉପରେ କଟକଣା ଲଗାଯାଇଛି । କେବଳ ଜରୁରୀ କାର୍ଯ୍ୟ ପାଇଁ ଲୋକମାନଙ୍କୁ ଅନୁମତି ଦିଆଯାଉଛି ।

ଦେବଗଡ଼ ଜିଲ୍ଲାରେ ଏପର୍ଯନ୍ତ ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୪ଜଣ ସୁସ୍ଥ ହୋଇଥିବାବେଳେ ୨୩ ଟି ସକ୍ରିୟ ମାମଲା ରହିଛି । ଗତ ୯ ତାରିଖରେ ଦେବଗଡ଼ ମୁନିସିପାଲିଟିରୁ ୪ ଓ କଲଣ୍ଡା ଗ୍ରାମରେ ଗୋଟିଏ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ତେବେ ଜିଲ୍ଲାରେ ଏପର୍ଯନ୍ତ କୌଣସି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି ।

ସମ୍ବନ୍ଧିତ ଖବର