କୋଣାର୍କ: କୁକୁର ଭୟରେ କୋଣାର୍କର ଏକ ଲଜ ଭିତରେ ପଶିଲା ହରିଣ

କେଣାର୍କ: ଶନିବାର ସନ୍ଧ୍ୟାରେ କୋଣାର୍କ ଅଞ୍ଚଳରେ ଏକ ହରିଣକୁ କୁକୁର ଗୋଡାଇ ଥିଲା। କୁକୁର କାମୁଡିବା ଭୟରେ ହରିଣଟି ଜୀବନବିକଳରେ ପ୍ରାଣ ବଞ୍ଚାଇବା ପାଇଁ କୋଣାର୍କସ୍ଥିତ ଏକ ଲଜ ଭିତକୁ ପଶି ଆସିଥିଲା। ହରିଣ ପଶିବା ପରେ  ଲଜ୍‌ ପରିଚାଳକ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହରିଣକୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ହରିଣଟି କିଛି ଦିନ ହେବ କୋଣାର୍କ ଅଭୟାରଣ୍ୟରୁ ପଳାଇ ଆସିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର