ହେମଗିରରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ; ଡିଏମଏଫରୁ ଶିକ୍ଷା ସହଯୋଗୀ ନିଯୁକ୍ତି ପ୍ରସ୍ତାବ

ସୁନ୍ଦରଗଡ଼: କୋଇଲା ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ। ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିକାଶ ହେଉଥିଲେ ହେଁ ଶିକ୍ଷକ ଅଭାବ ଶିକ୍ଷାଦାନର ଏକ ବଡ଼ ସମସ୍ୟା ହୋଇରହିଛି। ଏସ୍ଥିତିରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ଶିକ୍ଷା ସହଯୋଗୀ ବାସ ଟ୍ୟୁସନ ଶିକ୍ଷକ ନିଯୁକ୍ତି ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି। ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଓ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ଗୋପାଳପୁର ସରପଞ୍ଚ ପୁରବୀ ନାଏକଙ୍କ ଏହି ପ୍ରସ୍ତାବ ଉପରେ ଜିଲ୍ଲା ଶିକ୍ଷା ବିଭାଗ ଆଜି ବିଚାରବିମର୍ଶ କରିଛି। ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗଦୀଶଚନ୍ଦ୍ର ମହାନନ୍ଦ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦାନନ୍ଦ ପଧାନ, ଗୋପାଳପୁର ସରପଞ୍ଚ ପୁରବୀ ନାଏକ, ତୁମଲିଆ ସରପଞ୍ଚ କଳାବତୀ ପଧାନ, ମୁଣ୍ଡରକ୍ଷେତ ସରପଞ୍ଚ ସନ୍ୟାସ ବାଗ ପ୍ରମୁଖଙ୍କ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକଗଣ ଯୋଗ ଦେଇ ସ୍କୁଲରେ ଖାଲିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ପୂରଣ ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ପାଇଁ ବିଶଦ ଆଲୋଚନା କରାଯାଇଥିଲା। ଖଣି ପ୍ରଭାବିତ ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ଏହି ପ୍ରକ୍ରିୟାରେ ଶିକ୍ଷକ ଅଭାବ ପୂରଣ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର