ପଣସ ଖାଇବାକୁ ଆସିଥିଲା ମାଈ ହାତୀ, ସୋଲାର କରେଣ୍ଟ ଲାଗି ମୃତ

ସାତକୋଶିଆ: ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ସୋଲାର କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୧୫ ବର୍ଷ ବୋଲି କୁହାଯାଉଛି । ପ୍ରକାଶ ଯେ ଆମ୍ବ ବଗିଚା ପାଇଁ ସୋଲାର କରେଣ୍ଟ ଦିଆ ଯାଏ। ସୋମବାର ରାତି ହାତୀ ସେହି ପାଖରେ ଥିବା ପଣସ ଖାଇ ଯିବା ସମୟରେ କରଣ୍ଟ ଲାଗିଥିଲା। ସେଠାରେ ହିଁ ହାତୀଟି ମୃତ୍ୟୁ ମୁଖରେ ପଡିଥିଲା। ମଂଗଳବାର କିଛ ଲୋକ ଦେଖି ବନ ବିଭାଗକୁ ଜଣଲେଈ ଥିଲେ।

ହାତୀ ମୃତ୍ୟୁ ନେଇ ସୂଚନା ମିଳିବା ପରେ ଡ଼ି ଏଫ ପ୍ରସନ୍ନ କୁମାର ବେହେରା ଏସିସିଏଫ ରଞ୍ଜନ ପଟନାୟକ ରେଞ୍ଜର ସତରୟବ୍ରତ ପ୍ରଧାନ, ବନପାଳ ଅଭୟ ସାହୁ ଓ ସାତକୋଶିଆ ଭିଏସ କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ରହି ପୋଷ୍ଟମର୍ଟମ କରାଯାଇଥିଲା ।

ସମ୍ବନ୍ଧିତ ଖବର