ପୁଣି ଗୋଠଛଡ଼ା ଦନ୍ତାର ଉତ୍ପାତ, ଘର ଭାଙ୍ଗିଲା

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜର ଅଡ଼ାଳ ଓ ଗୋପପୁର ଗ୍ରାମରେ ପଶି ଗୋଠ ଛଡ଼ା ଦନ୍ତା ହାତୀଟି ଗତକାଲି ରାତିରେ ଆତଙ୍କ ଖେଳାଇଛି।କିଛି ମାସର ବ୍ୟବଧାନ ପରେ ୯ ଟିକିଆ ହାତୀ ପଲରୁ ଏକୁଟିଆ ଘୂରି ବୁଲୁଥିବା ଦନ୍ତାଟି ପୁଣି ଲେଉଟି ଥିବାରୁ ଅଂଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଗତକାଲି ରାତିରେ ଦନ୍ତାଟି ଅଡାଳ ମୁଣ୍ଡା ସାହିରେ ପଶି ମାହାଲି ମୁଣ୍ଡାଙ୍କ ଘର ଭାଙ୍ଗି ଦେବା ସହ ଘରେ ଥିବା ଆସବାଵପତ୍ରକୁ ଦଳିଚକଟି ନଷ୍ଟ କରିଦେଇଛି। ହାତୀ ଆସିଥିବା ଜାଣି ମାହାଲିଙ୍କ ପରିବାର କୌଣସିପ୍ରକାର ଘରୁ ଖସି ଯାଇଥିଲେ। ପରେ ଗ୍ରାମବାସୀ ହାତୀକୁ ଘଉଡାଇବାରୁ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା। ବିଳମ୍ବିତ ରାତିରେ ଗୋପପୁର ଗ୍ରାମରେ ପଶି ଶୁକ୍ରା ମୁଣ୍ଡା ଓ ପାଇକରାଇ ମୁଣ୍ଡାଙ୍କ ଘର ଭାଙ୍ଗିଦେଇଛି। ଜଙ୍ଗଲରେ ଲୋକେ ନିଆଁ ଲଗାଇ ଦେଉଥିବାରୁ ବନ୍ୟ ଜନ୍ତୁ, ହାତୀ ପଲ ଗାଁ ମୁଁହା ହୋଇ ବିଭିନ୍ନ କ୍ଷୟକ୍ଷତି କରୁଛନ୍ତି। ବନ ବିଭାଗ ହାତୀଙ୍କୁ ଘଉଡାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଗତ କିଛି ମାସ ପୂର୍ବରୁ ଦନ୍ତାଟି ବହୁ ଧନ ଜୀବନ ନଷ୍ଟ କରିଥିଲା। ପୁଣି ଲେଉଟି ଥିବାରୁ ଅଂଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର