ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ପେନସନ ଟଙ୍କା ଦେଲେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ

ଜଗତସିଂହପୁର: ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ତାଙ୍କ ଏକ ମାସର ପେନସନ ୩୦ ହଜାର ଟଙ୍କାର ଚେକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ନାଉଗାଁ  ବି.ଡି.ଓ ସୁଶ୍ରୀ ଲଷ୍ମୀପ୍ରିୟା ମଲ୍ଲିକଙ୍କ ହସ୍ତରେ ଅର୍ପଣ କରିଛନ୍ତି। ସେ କହିଛନ୍ତି, ଏଭଳି ବିପଦ ସମୟରେ ସରକାରଙ୍କ ନିର୍ଦେଶକୁ ଅନୂପାଳନ କରିବା ସହ ହାତରେ ହାତ ମିଶାଇ ଆମକୁ ଛିଡ଼ା ହେବାକୁ ପଡିବ। ବ୍ଲକ ଚେୟାରମ୍ୟାନ ଏହି ସମୟରେ ବ୍ଲକ୍ ଅଧ୍ୟକ୍ଷ ଜଗନ୍ନାଥ ଦାସ ମଧ୍ୟ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର