କୋଭିଡ ଡାକ୍ତରଖାନାର ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀଙ୍କୁ ମିଳିନି ୫ମାସ ହେବ ଦରମା

ଜୟପୁର: ଜୟପୁର କୋଭିଡ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ୧୦ଜଣ ସୁରକ୍ଷାକର୍ମୀ ଓ ୧୨ଜଣ ସଫେଇ କର୍ମଚାରୀଙ୍କର ୫ମାସ ହେବ ଦରମା ମିଳିଥିବା ଅଭିଯୋଗ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉଟ‌ସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ଏହି କର୍ମଚାରୀଙ୍କର ଦରମା ଉକ୍ତ ସଂସ୍ଥାର ଆକାଉଣ୍ଟରେ ପ୍ରତ୍ୟେକ ମାସର ୧ରୁ ୮ତାରିଖ ମଧ୍ୟରେ ଜମା ହୋଇ ସାରିଛି ବୋଲି ସିଡିଏମଓ ଡଃ. ଅରୁଣ ପାଢ଼ୀ କର୍ମଚାରୀଙ୍କୁ ଜଣାଇଛନ୍ତି। ଅପରପକ୍ଷରେ କାହିଁକି ଓ କେଉଁ ପରିସ୍ଥିତିରେ ସେମାନଙ୍କର ଦରମା ଉକ୍ତ ସଂସ୍ଥା କାହିଁକି ଦେଉନି ବୋଲି କର୍ମଚାରୀ ମାନେ ପ୍ରଶ୍ନ କରିଛନ୍ତି। ଗତ ୮ମାସର ଦରମା ମିଳିନଥିବା ବେଳେ ମଝିରେ ଅଳ୍ପ କିଛି କିଛି କରି ୩ମାସର ଦରମା ଦିଆଯାଇଥିଲା। ବଳକା ୫ମାସର ଦରମା ମିଳିନାହିଁ ବୋଲି କର୍ମଚାରୀ ମାନେ କହିଛନ୍ତି। ଧାର ଉଧାର କରି ଭୋକ ଉପବାସରେ ପରିବାର ଚଳି ଆସୁଛନ୍ତି।

ଏହି ଧାରା ଜାରୀ ରହିଲେ ଆମେ ପରିବାର ସହ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ। ଏପରିକି ପୂର୍ବରୁ ଡାଟାଏଣ୍ଟ୍ରି ଅପରେଟର କାମ ପାଇଁ ନିଯୁକ୍ତ ଯୁବକଙ୍କୁ ୬ମାସ ପରେ ଉକ୍ତ ପ୍ରକଳ୍ପ ସରିଯାଇଥିବା କହି ଏବେ ସୁରକ୍ଷା କର୍ମୀ ଭାବେ ନିଯୁକ୍ତ କରାଯାଇଛି ବୋଲି ବି ଅଭିଯୋଗ ଉଠିଛି। ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯଦି ଧାର୍ଯ୍ୟ ସମସୟରେ ଦରମା ଟଙ୍କା ଆଉଟସୋର୍ସିଂ ସଂସ୍ଥା ଆକାଉଣ୍ଟରେ ଜାମ ହେଉଥିବା ବେଳେ ଉକ୍ତ ସଂସ୍ଥା କର୍ମଚାରୀଙ୍କ ଦରମା ଦେବାରେ କାହିଁକି ଅବହେଳା କରୁଛନ୍ତି ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର