ସହରରେ ଭାରୀଯାନ ପ୍ରବେଶକୁ ନେଇ ଅସନ୍ତୋଷ

ପାରଳାଖେମୁଣ୍ତି: ପାରଳା ସହର ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ପାଇଁ ବହୁ ଆଲୋଚନାର ପରେ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଭାରୀ ଯାନ ଗୁଡିକୁ ସହର ମଧ୍ୟ ଦେଇ ସକାଳ ୮ ଘଣ୍ଟା ଠାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ପ୍ରବେଶ ନିଷେଦ୍ଧ କରାଯାଇଛି । ତଥାପି ସହର ପ୍ରମୁଖ ସ୍ଥାନ ଗୁଡିକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତକାଲି ଏକ ଟ୍ରକ ଦିନ ଦି ପହରରେ ପୁଲିସ ଥାନା , ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ରାସ୍ତା ସହର ମଧ୍ୟରେ ପ୍ରବେଶ କରିଥିବା ବେଳେ ଏହାକୁ ରୋକିବା ପାଇଁ କେହିବି ଆଗ୍ରହ ପ୍ରକାଶ କରିନଥିଲେ । ସ୍ଥାନୀୟ ହାଇସ୍କୁଲ ଛକ ଠାରେ କିଛି ପୁଲିସ ବିଭାଗର ଟ୍ରାଫିକ କର୍ମଚାରୀ ଅଟାକାଇବା ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । ଏବଂ କିଛି ଜରିମାନା କରି ଗାଡିକୁ ଛାଡିଦେଇଥିଲେ । ଏନେଇ କିଛି ସ୍ଥାନୀୟ ବ୍ୟବସାୟୀ ଅସନ୍ତୋଷ ପ୍ରକଶ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର