ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ହାତ, ବେକ କାଟି ଚେନ୍‌ ଲୁଟିଲେ

ହିଂଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ପୁରୁଷୋତ୍ତମପୁର ଥାନା ଅଧୀନ ପୁଟିଆପଦର ଗ୍ରାମରେ ଆଜି ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ବ୍ଲେଡ୍‌ରେ ହାତ, ବେକରେ ଆଘାତ ଦେଇ ସୁନାଚେନ୍‌ ଲୁଟି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ମିଳିଥିବା ସୂଚନାନୁସାରେ, ସବିତା ସେଠୀ (୨୦) (ଛଦ୍ମନାମ) ନାମକ ଜଣେ ମହିଳା ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଶୌଚ ପାଇଁ ଗାଁ ନିକଟ ରାସ୍ତା ପାର୍ଶ୍ୱକୁ ଯାଇଥିଲେ। ଏହି ସମୟରେ ୨ ଜଣ ଯୁବକ ଏକ ଅଟୋରେ ଆସି ତାଙ୍କୁ ବିଲ ମଧ୍ୟକୁ ଟାଣି ଦେଇ ବେକରେ ଗାମୁଛା ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିିଥିଲେ। କିନ୍ତୁ ସେ ଚିତ୍କାର କରିବାରୁ ଉଭୟ ବ୍ଲେଡ୍‌ ସାହାଯ୍ୟରେ ତାଙ୍କ ହାତ ଏବଂ ବେକକୁ ଆଘାତ ଦେବା ସହ ସେ ପିନ୍ଧିଥିବା ସୁନାଚେନ୍‌କୁ ଲୁଟି ସେଠାରୁ ଆଖି ପିଛୁଳାକେ ଚମ୍ପଟ୍‌ ମାରିଥିଲେ। ଚିତ୍କାର ଶୁଣି କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଖବର ମିଳିବା ସୁଦ୍ଧା ପୁରୁଷୋତ୍ତ୍‌ମପୁର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ।

ସମ୍ବନ୍ଧିତ ଖବର