ନଳକୂପ ଗାତରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

ଖଇରା: ମାଉସୀ ଘରକୁ ବୁଲିବାକୁ ଆସି ନଳକୂପ ଖୋଳାଯାଇଥିବା ଗାତରେ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡ଼ପୋଖରୀ ପଞ୍ଚାୟତ ଗୁଆପାଳ ଗ୍ରାମରେ।
ସୂଚନା ଅନୁସାରେ ଖଇରା ବ୍ଲକ୍ ବାଉଁଶଗଢ଼ିଆ ପଞ୍ଚାୟତ ଶାଳଗଢ଼ିଆ ଗ୍ରାମର ସନିଆ ନାଇକୀଙ୍କ ପତ୍ନୀ ତାଙ୍କର ବର୍ଷକର ଶିଶୁକନ୍ୟା ସରୋଜିନୀକୁ ନେଇ ଗୁଆପାଳ ଗ୍ରାମରେ ଥିବା ତାଙ୍କ ମାଉସୀ ଘରକୁ ଯାଇଥିଲେ। ମାଉସୀ ଘରେ ନଳକୂପ ଖୋଳା ଯାଉଥିବା ସମୟରେ ହୋଇଥିବା ଗାତରେ ଅସାବଧାନତା ବଶତଃ ପଡ଼ିଯାଇଥିଲା ସରୋଜିନୀ। ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଇରା ଥାନା ଏସଆଇ ବିଶ୍ବମ୍ଭର ଚକ୍ରବର୍ତ୍ତୀ ମେଡିକାଲରେ ପହ‌ଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏଭଳି ଏକ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସମ୍ବନ୍ଧିତ ଖବର