ଉକ୍ରଳମଣି ଗୋପବନ୍ଧୁ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ

ଖୋର୍ଦ୍ଧା: ଉତ୍କଳମଣି ଗୋପବନ୍ଧୁ ଦାସ ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ତାଙ୍କର ନିରବଚ୍ଛିନ୍ନ ଓ ଅକ୍ଲାନ୍ତ ପରିଶ୍ରମର ଋଣ ଆଜି ଅପରିସୋଧ ହୋଇ ରହିଛି ବୋଲି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୧୪୪ତମ ଜୟନ୍ତୀ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି। ତ୍ରିନାଥ ଚରଣ ସ୍ମୃତି କଳା ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ବିଡିଏ କଲୋନୀ ଗାୟତ୍ରୀ ଶକ୍ତିପୀଠ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଭୀମସେନ ପ୍ରଧାନ, ମୁଖ୍ୟବକ୍ତା ପ୍ରଫେସର ଡଃ. ଶରତଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଐତିହାସିକ ସତ୍ୟବାଦୀ ବଳିଆରସିଂହ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। କବି ବିଳାସିନୀ ଦାଶ ଗୋପବନ୍ଧୁଙ୍କ ସଂପର୍କରେ ଏକ ସନ୍ଦର୍ଭ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଜ୍ଞାନରଂଜନ ଦାଶ, ପ୍ରଫେସର ଡଃ. ବୃନ୍ଦାବନ ପଣ୍ଡା, ଗାଳ୍ପିକା ଜ୍ୟୋତିପ୍ରଭା ପଟ୍ଟନାୟକ, ସୁବାସିନୀ ପଟ୍ଟନାୟକ, ବିକ୍ରମ କେଶରୀ ଚମ୍ପତି, ବସନ୍ତ କୁମାର ଶତପଥୀ, ଶିବସୁନ୍ଦର ପଟ୍ଟନାୟକ, ନାରାୟଣ ଦାସ, ଆଇନଜୀବୀ ସୁମନ୍ତ ମିଶ୍ର ପ୍ରମୁଖ ନିଜର ମତ ରଖିଥିଲେ।

ସଂପାଦିକା ଇତିଶ୍ରୀ ସାହୁ ବିବରଣୀ ପାଠ କରିଥିଲେ। କବି ଗୋବିନ୍ଦ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ଜ୍ୟୋତିରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ଗଣତାନ୍ତ୍ରିକ ଛାତ୍ର ସଂଗଠନ (ଡିଏସ୍ଓ) ପକ୍ଷରୁ ସିଡିଏମ୍ଓ କାର୍ଯ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରାଜ୍ୟ ଉପସଭାପତି ଜୟନ୍ତ ମହାନ୍ତି୍ଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ଏଥିରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଆଂଚଳିକ କମିଟି ସମ୍ପାଦକ ଅଶୋକ ସାହୁ, ଶିକ୍ଷାବିତ୍ ପ୍ରମୋଦ ଦାସ, ଉତ୍କଳ ସମାଜର ସମ୍ପାଦକ ବିମଳ ଷଡଙ୍ଗୀ, ବିକ୍ରମ ଚମ୍ପତ୍ତି, ଏସ୍‌ ପ୍ରକାଶ ମହାନ୍ତି, ସସ୍ମିତା ପଟ୍ଟନାୟକ, କାର୍ତ୍ତିକ ଘଡ଼େଇ, ଅବିନାଶ ପ୍ରଧାନ, ଅନୁପମ ମହାନ୍ତି ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର