ତମ୍ପ ସାପ ଉଦ୍ଧାର

ରଗଡ଼ି : କୋରେଇ ବ୍ଲକ୍‌ ଅନ୍ତର୍ଗତ ରଗଡ଼ି ଛକର ଆନନ୍ଦ ଚନ୍ଦ୍ର ପଣ୍ଡାଙ୍କ ଘରୁ ଆଜି ୪ ଫୁଟ୍‌ ଲମ୍ବର ଏକ ତମ୍ପ ସାପକୁ ଉଦ୍ଧାର କରାଯାଇଛି। ସାପଟି ଘରେ ପଶି ଯାଇଥିବା ବେଳେ ଲୋକମାନେ ଯାଜପୁରରୋଡ଼ ବନବିଭାଗକୁ ଖବର ଦେଇଥିଲେ। ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକଙ୍କ ନିର୍ଦେଶରେ ସ୍ନେକ୍‌ ହେଲ୍ପ ଲାଇନ୍‌ର ସ୍ୱେଚ୍ଛାସେବୀଙ୍କୁ ପଠାଇ ସାପଟକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର