ପ୍ରମିଳାଙ୍କୁ ବିରୋଧ: ପ୍ରଚାର ଅଧାରୁ ଫେରିଲେ

ଦଶରଥପୁର : ବିଂଝାରପୁରପ୍ରଚାର ବେଳେ ବିଧାୟିକା ପ୍ରାର୍ଥୀ ପ୍ରମିଳା ମଲିକ ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି। ଦଳୀୟ ଅନ୍ତଃକନ୍ଦଳ, ପୁରୁଖା ନେତାଙ୍କ କରଛଡ଼ା ଆଦି ଯୋଗୁଁ ପ୍ରମିଳାଙ୍କୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆଜି ପାଲଟପୁର ପଞ୍ଚାୟତରେ ପ୍ରଚାର ବେଳେ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ଲୋକେ ତାଙ୍କୁ ବିଭିନ୍ନ ପ୍ରକଳ୍ପ ସଂପର୍କରେ ବଚାରିବା ସହିତ ହିସାବ ମାଗିବାରୁ ଉତ୍ତର ଦେଇ ନ ପାରି ଫେରିଯାଇଥିଲେ।
ବିଂଝରପୁର ସଂରକ୍ଷିତ ଆସନ ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ବିଜେଡି ପ୍ରାର୍ଥୀ ତଥା ବିଧାୟିକା ପ୍ରମିଳା ମଲିକ ଚଳିତ ଥର ପ୍ରାର୍ଥୀ ହୋଇଥିଲେ ହେଁ ଲେକେ ତାଙ୍କୁ ସେତେଟା ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପଟେ କଂଗ୍ରେସରୁ ଡେଇଁ ବିଜେପିକୁ ଯାଇଥିବା ବବିତା ମଲ୍ଲିକଙ୍କ ଶାଣିତ ରାଜନୀତି ତାଙ୍କୁ କଡ଼ା ଟକ୍କର ଦେଉଛି।
ଙ୍କୁ ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ ଆଜି ବିଂଝାରପୁର ନିର୍ବାଚନ ମଣ୍ତଳୀ ବିଧାୟିକା ପ୍ରମିଳା ମଲ୍ଲିକ ପାଲଟପୁର ପଂଚାୟତକୁ ନିବାର୍ଚନୀ ପ୍ରଚାରକୁ ଯାଇଥିବାବେଳେ ହଟହଟା ହେବାକୁ ପଡିଛି। ଲୋକଙ୍କ ପ୍ରଶ୍ନର ଉତ୍ତର ନଦେଇ ପାରି ଫେରିବାକୁ ପଡିଛି। ଏଭଳି ଘଟଣା ଆଜି ଦେଖିବାକୁ ମିଳିଥିଲା ପାଲଟପୁର ପଂଚାୟତ କଣ୍ଟିବାଙ୍କ ଗ୍ରାମରେ। ସାଧାରଣ ଲୋକଙ୍କ ପ୍ରଶ୍ନ ଥିଲା ପ୍ରମିଳା ମଲ୍ଲିକ ୪ ଥର ବିଧାୟିକା ହୋଇଥିବାବେଳେ ସାଧାରଣ ଲୋକେ ସରକାରୀ ଆବାସ ପାଇନଥିବା, ରାସନରୁ ବଂଚିତ ରହିବା, କାଳିଆ ଟଙ୍କା ନମିଳିବା, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ନମିଳିବା ଭଳି ମୌଳିକ ସୁବଧାରୁ ବଂଚିତ ରହିଛନ୍ତି। ଏହାଛଡା ପାଲଟପୁର ପଂଚାୟତରେ ୨୦୦୮ରୁ ସ୍ବଜଳଧାରା ପ୍ରକଳ୍ପ ନିର୍ମାଣ ସରିଥିବାବେଳେ ୧୧ ବର୍ଷ ପରେ ମଧ୍ୟ ଏପର୍ଯ୍ୟନ୍ତ ପାଣି ମୁନ୍ଦେ ନମିଳିବା ଭଳି ସମସ୍ୟା ରହିଛି। ଏହି ସମସ୍ୟାକୁ ଆଜି ଶ୍ରୀମତି ମଲ୍ଲିକଙ୍କ ପ୍ରଚାର ସମୟରେ ବହୁତ ସାଧାରଣ ଲୋକେ ବୀଜୟ କୁମାର ବେହେରା, ଲଳିତ ବାରିକ, ହେମନ୍ତ ଦାସ, ପତିତପାବନ ଦାସ, ରାମଚନ୍ଦ୍ର ପରିଡାଙ୍କ ସମେତ ବହୁ ଲୋକେ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ଦେଇପାରି ନଥିଲେ ବିଧାୟିକା। ମାତ୍ର ସ୍ଥାନୀୟ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚଙ୍କୁ ବିଧାୟିକା ଏହି ସମସ୍ୟା ବିଷୟରେ ପଚାରିଥିଲେ ମଧ୍ୟ ଉତ୍ତର ପାଇ ନଥିଲେ। ପ୍ରଚାର ଅଧାରୁ ଫେରିଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର