ମନ୍ଦିରରୁ ରୁପା ଅଳଙ୍କାର ଚୋରି

ଯାଜପୁର:  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁନ୍ଦରିଆ ଗ୍ରାମ ପଞ୍ଚାୟତର ସୁନ୍ଦରିଆ ଗ୍ରାମର ଶ୍ରୀ ଶ୍ରୀ ଅନନ୍ତ ମହିମା ଗାଦି ଠେଙ୍ଗିଆ ବଟ ରେ ଗତକାଲି ବିଳମ୍ବିତ ରାତ୍ରିରେ କୃଷ୍ଣ ଠାକୁରଙ୍କ ରୁପାର ବଂଶୀ ଓ ରାଧା ଠାକୁରାଣୀଙ୍କ ରୁପା କାନ ଫୁଲ ଓ ତିନିଟି ରୁପା ମୁକୁଟ, ଠାକୁରାଣୀଙ୍କ ରୁପା ହାର, ତିନିଟି ରୁପା ଗ୍ଲାସ୍ ଚୋରି ହୋଇଥିବାର ଦେଖିବାକୁ ମିଳିଛି।

ପଞ୍ଚାୟତ ଅଫିସ ପାଖରେ ଠାକୁରଙ୍କ ଦାନ ବାକ୍ସ ଭଙ୍ଗା ହେଇ ପଡ଼ିଥିବା ଦେଖିବାକୁ ମିଳିଛି। ଠାକୁରାଣୀଙ୍କର ସବୁ ଜିନିଷ ଚୋରି ହେଇଯାଇଛି। ଏନେଇ ଧର୍ମଶାଳା ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର