ବୋମା ବିସ୍ଫରଣରେ ଜଣେ ଯବାନ ଆହତ, ଗାଈ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନକ୍ସଲ ଖଞ୍ଜିଥିବା ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହେବା ସହ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛି। ନାରାୟଣପୁର ଜିଲ୍ଲାର ସଦର ମହକୁମା ଠାରୁ ମାତ୍ର ୧୮ କିଲୋମିଟର ଦୂରରେ ରହିଥିବା ମାସିଙ୍ଗ ଅଂଚଳରେ ଆଟିବିପିର ଯବାନା ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ଯବାନଙ୍କ ପାଦ ପ୍ରେସର ବୋମା ଉପରେ ପଡିଯାଇଥିଲା। ଯାହାଫଳରେ ଏହା ବିସ୍ଫୋରଣ ହେବା ଯୋଗୁଁ ଯବାନଙ୍କ ଗୋଡରେ ମାଡ ବାଜିଥିଲା। ଆହତ ହୋଇଥିବା ଯବାନ ଜଣକ ହେଲେ ସୁନିଲ ସିଂ। ସୁନିଲଙ୍କୁ ତୁରନ୍ତ ଜିଲ୍ଲା ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଂକୁ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର