ଲାଞ୍ଚ ନେଇ ଧରାପଡ଼ିଲେ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ

କର୍ଲାମୁଣ୍ଡା : ଏକ ମାମଲାର ରଫାଦଫା ପାଇଁ ୩ ଜହାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଗୟାକୁମାର ସେନାପତି। ଘଟଣାସ୍ଥଳରେ ଭିଜିଲାନ୍‌ସ ଟିମ୍‌ ପହଞ୍ଚି ତାଙ୍କୁ ଧରିବା ସହିତ ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହା ସହିତ ତାଙ୍କ ବାସଭବନରେ ଚଢ଼ଉ କରି ନଗଦ ୫୮ ହଜାର ଟଙ୍କା ଜବତ କରିଥିଲେ। ଭିଜିଲାନ୍‌ସ ସୂତ୍ରରୁ ପ୍ରକାଶ ଯେ, କର୍ଲାମୁଣ୍ଡା ବସ୍ତିର କୃଷ୍ଣଚନ୍ଦ୍ର ନାଏକ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ମାରପିଟ ମାମଲା ମ. ରାମପୁର ଥାନାରେ ହୋଇଥିଲା। ମାମଲା ରଫାଦଫା କରିବା ପାଇଁ ଫାଣ୍ଡି ଅଧିକାରୀ ଗୟାକୁମାର ଶ୍ରୀ ନାଏକଙ୍କୁ ୫ ହଜାର ଲାଞ୍ଚ ମାଗିଥିଲେ। ଶ୍ରୀ ନାଏକ ଏ ନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର