ଧାନ ବୋଝେଇ ଟ୍ରକ୍‌ ଥାନାରେ: ଚାଷୀଙ୍କ ଅସନ୍ତୋଷ

ଜୟପାଟଣା: ଗତ ବୁଧବାର ରାତିରେ ଜଣେ ଚାଷୀ ନିଜ କ୍ଷେତର ଅମଳ ହୋଇଥିବା ଧାନକୁ ଏକ ଟ୍ରକ ଯୋଗେ ନିଜ ଗୋଦାମକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ଧାନ ସହ ଗାଡ଼ିକୁ ଆଣି ଜୟପାଟଣା ଥାନାରେ ରଖିବା ଘଟଣା ଏଠାରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଜମରା ଗାଁର ଏହି ଚାଷୀ ଜଣକ ଘରକୁ ଅମଳ ଧାନ ଆଣିବାକୁ ନିଜ କ୍ଷେତରୁ ଏକ ଟ୍ରକ୍‌ରେ ଧାନ ଲୋଡ୍‌ କରୁଥିବା ବେଳେ ଜୟପାଟଣାର କିଛି ପ୍ରଭାବଶାଳୀ ଲୋକ ସେଠାରେ ପହଞ୍ଚି ଟ୍ରକ୍‌ର ଚାଳକଙ୍କଠାରୁ ଚାବି ଛଡ଼ାଇ ନେବା ସହ ଚାଷୀଙ୍କୁ ଦୁର୍ବ୍ୟବହାର କରିଥିଲେ। ସେମାନେ ଟ୍ରକ୍‌କୁ ଆଣି ଥାରେ ରଖି ଦେଇଥିଲେ। ଏହି ଖବର ଜଣା ପଡ଼ିବା ପରେ ଗୁରୁବାର ସକାଳେ ବିଭିନ୍ନ କୃଷକ ସଂଗଠନ ଓ ସିଟିଜେନ୍‌ ଫରମ ଏହି ଘଟଣାକୁ ନିନ୍ଦା କରିଛନ୍ତି। କୌଣସି ଅଭିଯୋଗ ନଥାଇ ପୁଲିସ ମଧ୍ୟ ଗାଡ଼ିକୁ ରାତି ସାରା ଥାନା ପରିସରରେ ରଖିବା ଓ ସକାଳୁ ଛାଡ଼ିଦେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର