କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ଯାତ୍ରୀ ସୁରକ୍ଷିତ

ଘୁ ଉଦୟଗିରି: ରାଇକିଆରୁ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ୍ ଭିଏସ ଏଣ୍ଡ ଭିଏସ (ଓଡି ୦୭ ଡି ୨୦୭୭) ଭାରସାମ୍ୟ ହରାଇ ଅନ୍ଧାର କୋଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି। ସକାଳେ ରାଇକିଆରୁ ବାହାରି ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟିରେ ବ୍ରେକ ଫେଲ ହେବା ଯୋଗୁଁ ଡ୍ରାଇଭର ଉପଯୁକ୍ତ ବୁଦ୍ଧି ଖଟେଇ ଏକ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୧୫ ରୁ ୨୦ ବସିଥିବା ଯାତ୍ରୀ।

ସୂଚନା ଅନୁସାରେ ବ୍ରେକ ଫେଲ୍ ହେବା ଯୋଗୁଁ ଡ୍ରାଇଭର ଗାଡ଼ିକୁ ଡାହାଣ ଆଡ଼କୁ ଡ୍ରେନ ମଧ୍ୟରେ ପକାଇଥିଲେ ଯେମିତି କି ଲୋକମାନେ ଉଦ୍ଧାର ପାଇବେ। ଯଦି ବାମକୁ ଯାଇଥାନ୍ତା ତେବେ ବହୁତ ବଡ଼ ଦୁର୍ଘଟଣା ଘଟିଥନ୍ତା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଡ୍ରାଇଭର ବାବୁଲା ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର