ଠକେଇ ଉଦ୍ୟମ: ଖସି ପଳାଇଲା ଭଣ୍ଡ ତାନ୍ତ୍ରିକ

fake baba fledaway from cheating place

ମହାକାଳପଡ଼ା:ମେ’ ୩୦ ତାରିଖରେ ମହାକାଳପଡ଼ା ପଞ୍ଚାୟତର ଜାଲକଣା ଗ୍ରାମରେ ଅଗ୍ନିକାଣ୍ତ ଘଟିଥିଲା। ପ୍ରାୟ ୩୧ ପରିବାରର ୫୦ ବଖରା ଘର ଭସ୍ମୀଭୂତ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ। ଲୋକେ ଏ ଯାଏଁ କାରଣ ଖୋଜୁଛନ୍ତି। କିପରି ଏହି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ଉପାୟ ଖୋଜୁଛନ୍ତି। ଏହାର ସୁଯୋଗ ନେଇ ନିଜକୁ ଦୁର୍ଗା ମା’ଙ୍କ ସାଧକ ବୋଲି କହୁଥିବା ଜଣେ ଭଣ୍ଡ ତାନ୍ତ୍ରିକ ଲୋକମାନଙ୍କୁ ଠକିବାକୁ ଉଦ୍ୟମ କରିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁ ‌ଲାକେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଏହି ତାନ୍ତ୍ରିକର ସହାୟତା ଲୋଡ଼ିଥିଲେ। ନାରୀ ବେଶରେ ସଜ୍ଜିତ ଏହି ତାନ୍ତ୍ରିକ ଜଣକ ନିଜକୁ ମା’ ଦୁର୍ଗାଙ୍କ ସାଧକ ବୋଲି ଦାବି କରି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ ଥିଲା। ଏହି ଭଣ୍ତ ଏହି ତାନ୍ତ୍ରିକର ପ୍ରରୋଚନାରେ ଗତକାଲି ରାତିରେ ଜଲକଣା ଗ୍ରାମର ଅଜୟ ପ୍ରଧାନଙ୍କ ବାଡ଼ିରେ ଥିବା ଏକ ଚାକୁଣ୍ତା ଗଛ କଟା ଯାଇଥିଲା। ଅଜୟଙ୍କ ଘରେ ପ୍ରଥମେ ଅଗ୍ନିକାଣ୍ତ ଘଟି ଗ୍ରାମର ଅନ୍ୟ ପରିବାରକୁ ବ୍ୟାପୀ ଥିଲା। ଫଳରେ ତାଙ୍କ ବାଡ଼ି ପଛରେ ଥିବା ଚାକୁଣ୍ତା ଗଛ ମୂଳରେ ୬ ଫୁଟ୍ ଗଭୀରରେ ଏକ ପିତଳ ଗଡ଼ୁରେ କିଛି ସାମଗ୍ରୀ ଅଛି ବୋଲି ଏହି ଏହି ତାନ୍ତ୍ରିକ ଜଣକ କହିଥିଲା। ଏହି ଗଡ଼ୁକୁ ଉଦ୍ଧାର କରାଗଲେ ଗ୍ରାମରେ କୈାଣସି ଅଘଟଣ ଘଟିବ ନାହିଁ କହିଥିଲା। ସେଥିପାଇଁ ଗଲା କାଲି ରାତିରେ ଗାତ ଖୋଳା ଆରମ୍ଭ ହୋଇଥିଲା। ତେବେ ୬ ଫୁଟ ଗଭୀର ଗାତ ଖୋଳା ଯିବା ପରେ ମଧ୍ୟ କୈାଣସି ସାମଗ୍ରୀର ସନ୍ଧାନ ମିଳି ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମର କିଛି ଲୋକ ପାଟିତୁଣ୍ତ କରିବା ସହିତ ଏହି ତାନ୍ତ୍ରିକକୁ ଗାଳିଗୁଲଜ କରିଥିଲେ। ଫଳରେ ସେ ସେଠାରୁ ଖସି ପଳାଇଥିଲା।

ସମ୍ବନ୍ଧିତ ଖବର