ଘରୋଇ କଳିରୁ ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ବାମୀ ଫେରାର

ଆନନ୍ଦପୁର: ଘରୋଇ କଳିକୁ କେନ୍ଦ୍ରକରି ଆନନ୍ଦପୁର ଥାନା ଜଂଘାର ଗ୍ରାମରେ ଏକ ଦମ୍ପତି ବିଷ ପିଇଦେବାରୁ ସ୍ତ୍ରୀର ମୃତ୍ୟୁ ହୋଇଛି। ସ୍ବାମୀ ଫେରାର ହୋଇଯାଇଛି। ଆନନ୍ଦପୁର ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ଗ୍ରାମର ଚୈତନ ଜେନାଙ୍କ ପୁଅ ମିଥୁନ୍ ଜେନା ବାହାରେ ରହି କାମ କରନ୍ତି। ସେ ସବିତା ଜେନା(୩୦)ଙ୍କୁ ବିବାହ କରିଥିଲେ। ଉଭୟ କିଛିବର୍ଷହେଲା ଗ୍ରାମରେ ରହୁଥିଲେ। ତାଙ୍କର ତିନୋଟି ପିଲା ଅଛନ୍ତି। ଆଜି ଦିନ ବେଳା ଗ୍ରୁପ୍ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଆଇଥିଲା। ଏହାପରେ ସେମାନେ ବିଷ ପିଇ ଦେଇଥିଲେ। ଏକଥା ପଡ଼ୋଶୀ ଜାଣିବାପରେ ଉଭୟଙ୍କୁ ଏକ ଅଟୋରେ ଡାକ୍ତରଖାନାକୁ ଆଣିଥିଲେ। ମିଥୁନ୍ ଅଟୋରୁ ଡେଇଁ ପଳାଇଥିବା ବେଳେ ସବିତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସବିତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମକୁ ନିଆଯାଇଥିଲା। ଏହି ରିପୋର୍ଟ ପ୍ରସ୍ତୁତ ହେବବେଳକୁ ମିଥୁଙ୍କର କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର