ନକ୍ସଲଙ୍କ ଦ୍ବାରା ଲଗାଯାଇଥିବା ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ଲଗାଯାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି ଯବାନ। ସିଆରପିଏଫର ୨୨୩ ବାଟାଲିୟନର ଯବାନ ଚିନ୍ତଲନାର ଅଂଚଳର ରାଓଗୁଡା ଅଂଚଳରେ କୁମ୍ବିଂ କରୁଥିବା ସମୟରେ ରାସ୍ତା ଠାରୁ ମାତ୍ର ୪୦୦ ମିଟର ଦୁରରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।

ତେବେ ଯବାନ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ। ଏକ ବଡ ଧରଣର ଅଘଟଣକୁ ଟାଳି ଦିଆଯାଇଥିବା ଏସପି କେ.ଏଲ.ଧ୍ରୁବ ପ୍ରକାଶ କରିଛନ୍ତି। ଛତିଶଗଡରେ ଏବେ ବି ନକ୍ସଲ ହିଂସା ଦେଖିବାକୁ ମିଳିଛି। ସୁକମା ଅଂଚଳରେ ପାଦ ପାଦକେ ବୋମା ଖୋଞ୍ଜା ଯାଇଥିବା ବେଳେ କୌଣସି ମୂହୁର୍ତ୍ତରେ ମଧ୍ୟ ନକ୍ସଲ ଏହାକୁ ବିସ୍ଫୋରଣ କରି ଯବାନଙ୍କୁ ଟାର୍ଗେଟ କରିପାରିବେ। ତେଣୁ ଯବାନ ମଧ୍ୟ ସତର୍କତାର ସହ କୁମ୍ବିଂ ଏବଂ ସର୍ଚ୍ଚ ଅପରେସନ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର