କୋଇକୋଣ୍ଡା ହତ୍ୟା ଘଟଣାରେ ୭ ଗିରଫ

କାଲିମେଳା : ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମରେ ଘଟିଥିବା ଇଂକା ସାଲବମ ହତ୍ୟା ଘଟଣାରେ ପୁଲିସ ଆଜି ୭ ଜଣ ଅଭିଯୁକ୍ତ କୁ ଗିରଫ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

ଏକ ଜମିଜମା ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି ।  ଗିରଫ ଅଭିଯୁକ୍ତ ମାନେ ହେଲେ ଶଲବାମ ଦୁଲ୍ଳା, ସାରିଆ ବଦ୍ରିୟା, ଶଲବାମ ମୁତା, ଶଲବାମ ନାରାୟା, ସାରିୟମ ଦେଶା, ସାରିୟମ କାମା, ସରିଅମ ଗଙ୍ଗା । ଏହି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦଫା ୩୦୨, ୩୨୪, ୧୪୭, ୧୪୮, ୧୪୯ ଦଫାରେ ମାମଲା ରୁଜୁ କରା ଯାଇଥିବାର ଜଣା ପଡିଛି ।

ସମ୍ବନ୍ଧିତ ଖବର