କାମରାଜ କାବାସୀଙ୍କ ବିଜେଡିରେ ଯୋଗଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ.କାମରାଜ କାବାସି ଗତ କିଛି ଦିନ ତଳେ ବିଜେପିରୁ ଇସ୍ତଫା ପ୍ରଦାନ କରିଥିଲେ। ତେବେ ସେ କେଉଁ ଦଳରେ ସାମିଲ ହେବେ କିଛି କହିନଥିବା ବେଳେ ଆଜି ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିକଟରେ ଉପସ୍ଥିତ ରହି ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ। ଡ.କାମରାଜ କାବାସିଙ୍କ ସହ ପୂର୍ଣ୍ଣଚନ୍ଦ୍ର ବାକା ସମେତ ଶତାଧିକ ଲୋକ ବିଜେଡିରେ ଯୋଗ ଦେଇଛନ୍ତି। ବିଧାୟକ ଶ୍ରୀ ମାଡକାମୀଙ୍କ ନେତୃତ୍ବକୁ ବିଶ୍ବାସ କରି ବିଜେଡିରେ ପ୍ରତିଦିନ ଯୋଗଦାନର ପର୍ବ ଚାଲିଛି।

ସମ୍ବନ୍ଧିତ ଖବର