ତେଲେଙ୍ଗାନା ପୁଲିସ ନିକଟରେ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ଏବଂ ସିଆରପିଏଫ ନିକଟରେ ମାଡ଼ବି ହିଡ଼ମା(୨୫) ଆତ୍ମସମର୍ପଣ କରିଛି। ହିଡ଼ମାର ଘର ଛତିଶଗଡ଼ର ସୁକମା ଜିଲ୍ଲାରେ। ଗତ ୨୦୧୬ ମସିହାରେ ସେ ପାର୍ଟିରେ ଯୋଗ ଦେଇଥିଲା। ଏବେ ସେ ମିଲିସିଆ କମାଣ୍ଡର ଭାବେ କାମ କରୁଥିଲା। ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ ସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସ୍ୱାବଲମ୍ବୀ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର