ଜାଲରେ ପଡ଼ିଲା କୁମ୍ଭୀର, ବନ କର୍ମଚାରୀ ଅଟକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନରେ ଥିବା ନୂଆଗାଁ ସ୍ଥିତ ଏକ ପୋଖରୀରେ ଆଜି ମାଛ ଧରା ହେଉଥିଲା। ଏତିକିବେଳେ ଜାଲରେ ଏକ କୁମ୍ଭୀର ପଡ଼ିଥିଲା। କୁମ୍ଭୀରକୁ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ। ଗ୍ରାମବାସୀ ସଂଗେ ସଂଗେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଉଦଳା ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି। ଏହି ସମୟରେ ପୂର୍ବରୁ ଗ୍ରାମର ଅନେକ ହଂସ ଓ କୁକୁଡ଼ା ଉଭାନ ହେଇଯାଉଥିବା ବେକେ ସେଗୁଡ଼ିକୁ କୁମ୍ଭୀର ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ ଆଣିବା ସହ କ୍ଷତିପୂରଣ ଦାବିରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଟକ ରଖିଥିଲେ। ଖବର ଲେଖା ହେବା ବେଳକୁ ଖୁଣ୍ଟା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର