ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଯୁବକ ଗିରଫ

କରଞ୍ଜିଆ: ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଜଣେ ଯୁବକଙ୍କୁ ଧରିଛି ବନ ବିଭାଗ। କରଞ୍ଜିଆ ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଯୁବକ ଜଣକ ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ ବିଭାଗ। ନିଆଁ ଲଗାଉଥିବା ଯୁବକ ଜଣକ ଯଶୀପୁର ଥାନା ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ବୋଲି ଜଣାପଡ଼ିଛି। ଯୁବକ ଜଣକୁ ନିଜ ହେପାଜାତକୁ ଆଣି ବନବିଭାଗ ଅଧିକ ପଚରାଉଚରା ଜାରି ରଖିଛି। ଯୁବକକୁ ଗିରଫ କରିଛନ୍ତି  ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା।

ସମ୍ବନ୍ଧିତ ଖବର