ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି: ରାଷ୍ଟ୍ରପତିଙ୍କୁ ଭେଟିବ କ୍ରିୟାନୁଷ୍ଠାନ କମିଟି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଭାବେ ଗଠନ କରାଯାଉ ବୋଲି ଦାବି ଜୋର ଧରିଛି। ଏନେଇ ରାଇରଙ୍ଗପୁରସ୍ଥିତ ପିସିଏମ୍ କଲ୍ୟାଣୀ ମଣ୍ଡପଠାରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟିର ସଭାପତି ତଥା ରାଇରଙ୍ଗପୁର ବାର୍ ଆସୋସିଏସନର ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଦିପ୍ତୀମାନ ବଳ, ପ୍ରହ୍ଲାଦ ପୂର୍ତି, ବିଜୟ କୁମାର ରାମ, କାଳିପ୍ରସନ୍ନ ମହାନ୍ତି, ଶାସ୍ୱତ ବଳ, ସାମ୍ବାଦିକ ସୌରଭ ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ଅକ୍ଷୟ କୁମାର ବିଶ୍ୱାଳ, ମେଘନାଦ ହେମ୍ବ୍ରମ, ନିରଜ କୁମାର ସାହୁଙ୍କ ସମେତ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ମୟୂରଭଞ୍ଜ ଜିଲ୍ଲା ହେଉଛି ଓଡିଶାର ସବୁଠାରୁ ବଡ ଜିଲ୍ଲା। ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହେଉଛି ରାଇରଙ୍ଗପୁର ସହର।

ତେବେ ବାମନଘାଟୀ ଉପଖଣ୍ଡରୁ ଜିଲ୍ଲା ମୁଖ୍ୟାଳୟ ବାରିପଦାକୁ ଦୂରତା ୧୦୦ କି.ମିରୁ ଅଧିକ ହେଉଛି। ଯାହାଫଳରେ ଜନସାଧାରଣ କୌଣସି କାମରେ ଜିଲ୍ଲ୍ୟା ମୁଖ୍ୟ କାର୍ଯ୍ୟାଳୟ ଗୁଡିକୁ ଗଲେ ଗୋଟିଏ ଦିନରୁ ଅଧିକ ସମୟ ବିତିଯାଉଛି। ଏହାବ୍ୟତିତ ଅଧରାସ୍ତାରେ ପଡେ ବିଶାଳ ଓ ବିପଦଜନକ ଦ୍ୱାରଶୁଣୀ ଘାଟୀ ରାସ୍ତା। ସେଠାରେ ଅଧିକାଂଶ ସମୟରେ ଦୂର୍ଘଟଣା ଘୁଥିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥାଏ। ଫଳରେ ବାମନଘାଟୀ ବାସିନ୍ଦା ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ତେବେ ଆସନ୍ତା ୪ ମେରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ନୂତନ ଜିଲ୍ଲା ଗଠନ ନେଇ ଦାବି କରାଯିବା ସମ୍ବନ୍ଧରେ କ୍ରିୟାନୁଷ୍ଠାନ କମିଟି ସାକ୍ଷାତ କରି ଆଲୋଚନା କରିବ ବୋଲି ନିଷ୍ପତିି ନେଇଛନ୍ତି। ଯଥାଶୀଘ୍ର ରାଇରଙ୍ଗପୁରକୁ ଜିଲ୍ଲା କରାଯାଉ ବୋଲି ଦାବି ହୋଇଆସୁଛି।

ସମ୍ବନ୍ଧିତ ଖବର