ଭଦ୍ରକ : ସଂଗରୋଧର ଅବଧି ଶେଷ, ଘରକୁ ଖୁସିରେ ଫେରିଲେ ୭,୫୬୭ ପ୍ରବାସୀ

ଭଦ୍ରକ: ସରକାର ପ୍ରବାସୀଙ୍କ ଲାଗି ସଂଗରୋଧର ଅବଧି କୋହଳ କରିଥିବା ବେଳେ ଗତକାଲି ଓ ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ଥିବା ୨୧୮ଟି ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ମୋଟ ୭,୫୬୭ ଜଣ ପ୍ରବାସୀ ଖୁସିରେ ନିଜ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ସଂଗରୋଧରେ ରହିଥିବା ଯେଉଁ ପ୍ରବାସୀଙ୍କର ଗତକାଲି ରାତି ସୁଦ୍ଧା ୭ ଦିନ ପୂରଣ ହୋଇଥିଲା ସେମାନଙ୍କୁ ସରକାରଙ୍କ ନୂଆ କ୍ୱାରେଣ୍ଟାଇନ୍‌ ନିୟମ ଅନୁଯାୟୀ ଘରକୁ ପଠାଇ ଦିଆଯାଇଛି। ସ୍କୁଲ ଘରେ ସଂଗରୋଧ ଜୀବନ ପରେ ଆଜି ଯେତେବେଳେ ପ୍ରବାସୀମାନେ ଘରକୁ ଫେରୁଥିଲେ ସେମାନେ ମନରେ ଖୁସିର ଲହରି ଖେଳି ଯାଇଥିଲା। ନିଜ ଘରକୁ ଫେରୁଥିବାରୁ କେହି କେହି ଖୁସିରେ ମଧ୍ୟ କାନ୍ଦି ପକାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

When migrants go home, they bring back money, skills and ideas ...
The Conversation

କିଭଳି ଦୁଃଖ କଷ୍ଟରେ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଘରକୁ ଫେରିଥିଲେ। ସେହି ସବୁ ଅନୁଭୁତି କଥା କହି କିଛି ପ୍ରବାସୀ ଆଜି ଭାବବିହ୍ଵଳ ହୋଇପଡିଥିଲେ। ଈଶ୍ୱରଙ୍କ ଆଶୀର୍ବାଦ ଆଜି ସେମାନେ ନିଜ ଘରକୁ ଫେରି ପାରିଛନ୍ତି ବୋଲି କିଛି ପ୍ରବାସୀ କହିଥିଲେ।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଜିଲ୍ଲାରେ ସଂଗରୋଧ ଅବଧି ଶେଷ କରି ଗତକାଲି ଓ ଆଜିକୁ ମିଶାଇ ମୋଟ ୬୮୫୨ ଜଣ ପ୍ରବସୀ ସେମାନଙ୍କ ଘରକୁ ଫେରିଛନ୍ତି। ଜିଲ୍ଲାର ଭଦ୍ରକ ସଦର ବ୍ଲକରେ ଥିବା ୩୬ଟି ପଞ୍ଚାୟତର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଗତକାଲି ରାତି ସୁଦ୍ଧା ୨୯୬ ଜଣ ଓ ଆଜି ୪୫୦ ଜଣ ପ୍ରବାସୀଙ୍କୁ ମିଶାଇ ମୋଟ ୭୪୬ ଜଣ ପ୍ରବାସୀ ନିଜ ଘରକୁ ଫେରିଛନ୍ତି।

ସେହିପରି ଭଣ୍ଡାରିପୋଖରୀ ବ୍ଲକର ୨୩ଟି ପଞ୍ଚାୟତର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ମୋଟ ୮୭୭ ଜଣ ପ୍ରବାସୀ ଘରକୁ ଫେରିଛନ୍ତି । ବନ୍ତ ବ୍ଲକର ୨୫ ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ମୋଟ ୬୭୯ ଜଣ ପ୍ରବସୀ ସେମାନଙ୍କର ସମୟ ଅବଧି ଶେଷ କରି ଘରକୁ ଫେରିଛନ୍ତି।

With no trains from Mumbai to other states, migrants struggle to ...
CLICK NOW

ତିହିଡି ବ୍ଲକର ୩୧ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ୧୦୩୦ ଜଣ ପ୍ରବାସୀ ଘରକୁ ଫେରିଥିବା ବେଳେ ଚାନ୍ଦବାଲି ବ୍ଲକର ୩୬ ପଞ୍ଚାୟତର ବିଭିନ୍ନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିବା ୧୩୦୮ ଜଣ, ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ୧୮୫୦ ଜଣ, ଧାମନଗର ବ୍ଲକର ୩୧ ପଞ୍ଚାୟତରେ ଥିବା ବିଭିନ୍ନ ସଂରୋଧ କେନ୍ଦ୍ରରୁ ୧୦୭୭ ଜଣ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏହି ସବୁ ଲୋକମାନଙ୍କର ସଂଗରୋଧ ଅବଧି ଶେଷ ହୋଇଥିବା ବେଳେ ସେମାନଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ୍‌ ବାହାରିଥିଲା । ଏମାନଙ୍କ ମଧ୍ୟରୁ କାହାରି ଶରୀରରେ କୋଭିଡ-୧୯ ଲକ୍ଷଣ ନଥିଲା।

ସମ୍ବନ୍ଧିତ ଖବର