ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ ଉତ୍ସବରେ ଯୋଗଦେବେ ମୟୂରଭଞ୍ଜ ମିଶନ ଶକ୍ତିର ମହିଳା

ଓଡିଶାରୁ ଯୋଗ ଦେବେ ସର୍ବମୋଟ ୫୦ ଜଣ ମହିଳା

ରାଇରଙ୍ଗପୁର: ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଦିଲ୍ଲୀ ରାଷ୍ଟ୍ରପତି ଭବନ ଥିବା ଉଦ୍ୟାନର ନାମ ପୂର୍ବରୁ ‘ମୁଗଲ୍ ଗାର୍ଡେନ’ ଥିଲା। ତାହାର ନାମକୁ ବଦଳାଇ ବର୍ତମାନ ‘ଅମୃତ ଉଦ୍ୟାନ’ ନାମ ରଖାଯାଇଛି। ଚଳିତବର୍ଷ ମାର୍ଚ୍ଚ ୩୧ (ଆସନ୍ତାକାଲି) ଉକ୍ତ ଉଦ୍ୟାନରେ ‘ଅମୃତ ଉଦ୍ୟାନ ଉତ୍ସବ-୧ (୨୦୨୩)’ ଆୟୋଜିତ ହେବ। ଏଥିରେ ଦେଶର ସମସ୍ତ ରାଜ୍ୟରୁ ୧୦ ହଜାର ୭ ଶହ ୪୯ ଜଣ ମହିଳା ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଓଡିଶାରୁ ସର୍ବମୋଟ୍ ୫୦ ଜଣ ମହିଳା ଯୋଗଦେବେ।

ତେବେ ସେଥିମଧ୍ୟରୁ ୪୦ ଜଣ ମିଶନ ଶକ୍ତିର ମହିଳା ମୟୂରଭଞ୍ଜ ଜିଲ୍ଲାର ଥିବା ବେଳେ ଅନ୍ୟ ୧୦ ଜଣ ଅନ୍ୟ ଜିଲ୍ଲାରୁ ଗସ୍ତ କରିଛନ୍ତି। ଆସନ୍ତାକାଲି ସକାଳ ୮ ଘଟିକାରୁ ସେମାନେ ସମସ୍ତେ ଝେଲ୍ ଶାଢୀ ପିନ୍ଧି ରାଷ୍ଟ୍ରପତି ଭବନ ପ୍ରବେଶ କରିବେ। ଏହାପରେ ‘ଅମୃତ ଉଦ୍ୟାନ’ ବୁଲିବା ପରେ ‘ଅମୃତ ଉଦ୍ୟାନ ଉତ୍ସବ-୧ (୨୦୨୩)’ ରେ ଭାଗ ନେବେ ଏବଂ ଶେଷରରେ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର