ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଗଠନ ପାଇଁ ଦାବି କଲେ ବିଧାୟକ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁରକୁ ଜିଲ୍ଲା ଗଠନ ପାଇଁ ଆଜି ବିଧାନସଭାରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଦାବି ଉପସ୍ଥାପନା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ହେଉଛି ସବୁଠାରୁ ବଡ ଜିଲ୍ଲା। ତେବେ ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହେଉଛି ରାଇରଙ୍ଗପୁର ସହର। ତେବେ ବାମନଘାଟୀ ଉପଖଣ୍ଡର ତିରିଂ, ଜାମଦା, ବହଳଦା, କୁସୁମୀ, ରାଇରଙ୍ଗପୁର, ବିଶୋଇ, ବିଜାତଳା ପ୍ରଭୃତି ବ୍ଲକ ଠାରୁ ବର୍ତ୍ତମାନର ଜିଲ୍ଲା ମୁଖ୍ୟାଳୟକୁ ଦୂରତା ୧୦୦ କିମିରୁ ଅଧିକ ହେଉଛି। ଯାହାଫଳରେ ଜନସାଧାରଣ କୌଣସି କାମରେ ଜିଲ୍ଲ୍ୟା ମୁଖ୍ୟ କାର୍ଯ୍ୟାଳୟ ଗୁଡିକୁ ଗଲେ ଗୋଟିଏ ଦିନରୁ ଅଧିକ ସମୟ ବିତି ଯାଉଛି। ଏହାବ୍ୟତିତ ଅଧରାସ୍ତାରେ ପଡେ ବିଶାଳ ଓ ବିପଦଜନକ ଦ୍ୱାରା ଶୁଣୀ ଘାଟୀ ରାସ୍ତା।

ସେଠାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘୁଥିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥାଏ। ଫଳରେ ବାମନଘାଟୀ ବାସିନ୍ଦା ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରକୁ ଜିଲ୍ଲା ଗଠନ ପାଇଁ ଦାବି ହୋଇଆସୁଛି। ତେବେ ସରକାର କର୍ଣପାତ କରୁନଥିବାରୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଆଜି ବିଧାନସଭାରେ ଦାବି ଉପସ୍ଥାପନା କରିବା ପରେ ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ମହଲରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତିା

ସମ୍ବନ୍ଧିତ ଖବର