ହଜିଗଲା ମାନବିକତା: ଫସଲ ଖାଇଦେଲା ବୋଲି ୨୦ ଦିନ ଖାଇବାକୁ ନ ଦେଇ ଷଣ୍ଢକୁ ବାନ୍ଧି ରଖିଲା

ବଜରଙ୍ଗ ଦଳର କର୍ମୀଙ୍କ ସହାୟତାରେ ମୁକୁଳିଲ। ଷଣ୍ଢ

ଉମରକୋଟ: ବେଳେ ବେଳେ ମଣିଷ ନିଜର ସ୍ବାର୍ଥ ପାଇଁ ନିଜର ମାନବିକତାକୁ ହରାଇ ବସେ। ଏପରି ଏକ ଅମ।ନବୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ୫୨ ନ ର ପରିମଳ ମିସ୍ତ୍ରୀଙ୍କର ଧାନ କ୍ଷେତରେ ପଶି ଏକ ଷଣ୍ଢ ଧାନ ଗଛକୁ ବାରମ୍ବାର ଖାଇ ଦେଉଥିଲା। ଏଥିରେ ଉତକ୍ଷିପ୍ତ ହେଇ ପରିମଳ ନିକଟସ୍ଥ ଏକ ସରକାରୀ ଫାର୍ମରେ ଦୀର୍ଘ ୨୦ ଦିନ ଧରି ଖାଇବାକୁ ନ ଦେଇ ଏପରି କି ପାଣି ଟୋପାଏ ବି ନ ଦେଇ ବାନ୍ଧିକି ରଖିଥିଲା।

କୌଣସି ସୂତ୍ରରୁ ଉମରକୋଟ ବଜରଙ୍ଗ ଦଳର କର୍ମୀ ଅଶୋକ ପାତ୍ର, ମିଲୁ ପଣ୍ଡା, ସନ୍ତୋଷ ଜେନା ଓ ନିଗମ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି  ଗ୍ରାମବାସୀଙ୍କ ସହାୟତାରେ ଷଣ୍ଢକୁ ଉଦ୍ଧାର କରିଥିଲେ। ଷଣ୍ଢକୁ ଅତ୍ୟନ୍ତ ରୁଗଣ ହେବା ସହ ବେକରେ ଘା’ ହେଇଥିବା ପରିଲକ୍ଷିତ ହେଇଥିଲା। ତୁରନ୍ତ ବଜରଙ୍ଗଦଳ କର୍ମୀମାନେ ପଶୁ ଚିକିତ୍ସା ବିଭାଗର କର୍ମଚାରୀଙ୍କୁ ଡାକି ଚିକିତ୍ସା କରାଇ ଷଣ୍ଢକୁ ଛାଡ଼ିଦେଇଥିଲେ। ଘଟଣାକୁ ନେଇ ପରିମଳ ଦୁଃଖ ପ୍ରକାଶ କରିବା ସହ ୨୦ ଦିନ ନୁହେଁ, ମାତ୍ର ୫ରୁ ୬ ଦିନ ହେବ ବାନ୍ଧି କି ରଖିଥଲି ଆଉ ଖାଇବାକୁ ଦେଉଥିଲି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର