ରାସ୍ତା କାମରେ ନିୟୋଜିତ ଗାଡିରେ ନିଆଁ ଲଗାଇଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମରେ ନିୟୋଜିତ ଥିବା ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। କିଷ୍ଟରାମ ଅଂଚଳର ଧର୍ମପେଣ୍ଟା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି। । ଏଠାରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ଥିବା ହାଇୱା ଗାଡିକୁ ଗତକାଲି ରାତିରେ ନକ୍ସଲମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ରାସ୍ତା କାମ ଚାଲିଥିବା କ୍ୟାମ୍ପ ନିକଟରେ ନକ୍ସଲମାନେ ଉତ୍ପାତ ହୋଇଥିଲେ। କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ତୁରନ୍ତ ସେଠାରୁ ହଟିଯିବାକୁ କହିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତା କାମକୁ ଆରମ୍ଭରୁ ନକ୍ସଲମାନେ ବିରୋଧ କରି ଆସୁଥିଲେ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ବିକାଶମୂଳକ କାମରେ ନକ୍ସଲମାନେ ବାରମ୍ବାର ବାଧକ ସାଜୁଛନ୍ତି। ରାସ୍ତାକାମରେ ନିୟୋଜିତ ଯାନବାହନଗୁଡ଼ିକରେ ନିଆଁ ଲଗାଉଛନ୍ତି। ଏହା ଦ୍ବାରା ‌ଘରୋଇ ସଂସ୍ଥାଗୁଡ଼ିକର ବହୁ କ୍ଷୟକ୍ଷତି ହେଉଛି। କ୍ଷୟକ୍ଷତିର ସାମ୍ନା କରୁଥିବା ଘରୋଇ ସଂସ୍ଥାଗୁଡ଼ିକ ସରକାରୀ କାମରେ ଜଡ଼ିତ ରହିବାକୁ ପସନ୍ଦ କରୁନାହାନ୍ତି।

ସମ୍ବନ୍ଧିତ ଖବର