ଶିବରାତ୍ରୀରେ ବେଦବ୍ୟାସ ଶୈବପୀଠ ଯାଇପାରିବେନି ଶ୍ରଦ୍ଧାଳୁ

୨୮ ରୁ ଲାଗିବ ୧୪୪ ଧାରା

ରାଉରକେଲା: ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ ରେ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ଯରେ ମହାଶିବରାତ୍ରୀ ର ପୂଜନ ବିଦ୍ଧି ସଂପନ୍ନ କରାଯିବ । ମନ୍ଦିର ପରିସର ରେ ଆୟୋଜନ ହେଉଥିବା ପ୍ରସିଦ୍ଧ ବେଦବ୍ୟାସ ମେଳା, ପ୍ରଦର୍ଶନୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ଯ ନିଷେଧାଜ୍ଞା ଜାରି କରାଯାଇଛି। ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଏସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ କଟକଣା ମଧ୍ଯରେ କେବଳ ୧୧ ପୂଜକମାନଙ୍କୁ ନେଇ ପୂଜାବିଧି କରାଯିବ। ବେଦବ୍ୟାସ ଟ୍ରଷ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୂଜା ପୂର୍ବରୁ ମନ୍ଦିର ପରିସର ପରିସ୍କାର ପରିଛନ୍ନ କରିବା, ମନ୍ଦିର ରଙ୍ଗ କରିବା ସହିତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୮ତାରିଖ ସକାଳ ୬ ଘଟିକାରୁ ମନ୍ଦିର ପରିସର ବା ମେଲଣ ପଡିଆର ୫୦୦ ମିଟର ମଧ୍ଯ ରେ ୧୪୪ ଧାରା ଲାଗୁ କରା ହେବ ଏହା ୨ ମାର୍ଚ ସଂଧ୍ଯା ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜନ ସମାଗମକୁ ଏଡାଇବା ତଥା ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାଛଡା ପିଡବ୍ଲ୍ୟୁଡି ବିଭାଗର ଅଧିକାରୀଙ୍କୁ ମନ୍ଦିର ଚାରିପାଖରେ ବ୍ୟାରିକେଡ କରିବାକୁ, ଆରଜିଏଚ କୁ ଆମ୍ବୁଲାନ୍ସ ଯୋଗାଇବା ତଥା ଅଗ୍ନିଶମ ବିଭାଗକୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର